ଟାଟା କମ୍ପାନୀ ଜୁଲମ ନେଇ ବିଭିର୍ନ୍ନ ସଂଗଠନ ର ବୈଠକ

0

କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳରେ ଟାଟା କମ୍ପାନୀ ପକ୍ଷରୁ ଜୁଲମ ଜାରି ହେଉଥିବାରୁ ଏହାର ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘ ର ସଭାପତି ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ଟାଟା କମ୍ପାନୀ ର ଚାଲିଥିବା ଜୁଲମ ଉପରେ ଆଲୋକପାତ କରି ଏଭଳି ଜୁଲମ କିପରି ବନ୍ଦ କରାଯାଇ ପାରିବ ସେ ଉପରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ପାଠକ ବିଚାର ମଞ୍ଚ ର ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ ଟାଟା କମ୍ପାନୀ ର ଜୁଲମ ଉପରେ ନିଜର ମତ ପ୍ରଦାନ କରି ମିଳିତ ଭାବେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ବିଜେପି ଜିଲ୍ଲା ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ପବିତ୍ର କୁମାର ବିଶ୍ୱାଳ ଟାଟା କମ୍ପାନୀ ପକ୍ଷରୁ କିପରି ଉପଭୋକ୍ତା ମାନଙ୍କ ଘରେ ଏମଆରଟି ଦଳ ଚଢ଼ାଉ କରି ଜରିମନା ଆଦାୟ କରୁଛନ୍ତି ସେ ଉପରେ ସୂଚନା ଦେଇଥିଲେ l ମିଳିତ ବଜାର କମିଟି ର ସଭାପତି ବିଶ୍ୱଜିତ ପଟ୍ଟନାୟକ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ଘରେ ବସିଥିବା ମିଟର ସଠିକ ଭାବେ ରିଡିଙ୍ଗ ନେଉଥିବା ମିଟର ରିଡର ସଠିକ ଭାବେ ରିଡିଙ୍ଗ ନେଉଥିବା ବେଳେ ଏମଆରଟି ଦଳ କିପରି ମନଇଚ୍ଛା ଉପଭୋକ୍ତାଙ୍କ ଘରେ ଜବରଦସ୍ତ ପଶି ନାନା ପ୍ରକାର ହଇରାଣ ହରକତ କରୁଛନ୍ତି ସେ ଉପରେ ଆଲୋଚନା କରିଥିଲେ l କଳ୍ପନା କ୍ଲବର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ ଘରୋଇ ଭାବେ ଆବେଦନ କରୁଥିବା ବିଦ୍ୟୁତ ସଂଯୋଗ କୁ କମ୍ପାନୀ ପକ୍ଷରୁ କିପରି ତାହାକୁ ଅଗ୍ରାହ୍ୟ କରୁଛନ୍ତି ସେ ସଂପର୍କ ରେ ପ୍ରକାଶ କରିଥିଲେ l ଓକିଲ ସଂଘର ଉପସଭାପତି ସଂଜୀବ କୁମାର ବେହେରା କୌଣସି ଉପଭୋକ୍ତା ଯଦି କମ୍ପାନୀ ପକ୍ଷରୁ ରୋଷର ଶୀକାର ହୁଏ ତେବେ ସେ ଉପଭୋକ୍ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ସକାଶେ ପ୍ରସ୍ତୁତ ପାଇଁ ମତ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଂପାଦକ ଅଜିତ କୁମାର ତ୍ରିପାଠୀ, ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ମହାପାତ୍ର, ବିଜେପି ଯୁବ ନେତା ସରୋଜକାନ୍ତ ବେହେରା, କଂଗ୍ରେସ ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଭୁଦତ୍ତ ଭଟ୍ଟ,ଉପଖଣ୍ଡ ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗଡ଼ନାୟକ, ଓକିଲ ଦେବାଶିଷ ମିଶ୍ର, ସାମ୍ବାଦିକ ବିଷ୍ଣୁ ଚରଣ ସେଠୀ, ପ୍ରହଲ୍ଲାଦ ମୁଦୁଲି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଏହି ଆଲୋଚନାରେ ଏ ସଂକ୍ରାନ୍ତରେ ପ୍ରଶାସନିକ ର ସହାୟତା ରେ ଟାଟା କମ୍ପାନୀ କର୍ତ୍ତୃପକ୍ଷ ସହିତ ଆଲୋଚନା କରାଯାଇ ପଦକ୍ଷେପ ନେବା ଏବଂ ପ୍ରଶାସନ ସହିତ ଆଲୋଚନା ପୂର୍ବରୁ କୌଣସି ଉପଭୋକ୍ତଙ୍କୁ କମ୍ପାନୀ ଜରିମନା କଷିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଉପଭୋକ୍ତା ମାନଙ୍କୁ କିପରି ସହାୟତା ଯୋଗାଇ ଦିଆଯିବ ସେ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ