ପଥରା ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2025

0

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଣ୍ଡରାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି।
ପଥରା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାଣ୍ଡରାପଡା ups ର ପ୍ରଧାନ ଶିକ୍ଷକ ଶ୍ରୀ ଗଣେଶ୍ଵର ସାହୁ ସଭାପତିତ୍ବ କରିଥିଲେ , ହରିହର ଦେବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଏବଂ ଶୈଳ ବାଳା ପରିଡା ମୁଖ୍ୟ ବକ୍ତାଭାବେ ଓ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ସଂମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ
ପଥରା ଆଞ୍ଚଳିକ ସାଧାନ କେନ୍ଦ୍ର ର ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସଂଯୋଜନାରେ ବିଭିନ୍ନ ପ୍ରତିଯୋଗିତା ରେ 13 ଟି ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ଠାରୁ 10th ଶ୍ରେଣି ପର୍ଯ୍ୟନ୍ତ 130 ଜଣ ଛାତ୍ରଛାତ୍ରୀ ଆସି ଭାଗ ନେଇଥିଲେ ଓ କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀ ମନେ ବିଚାରକ ଭାବେ ପ୍ରତିଯୋଗିତା ଗୁଡିକୁ ସୁଚାରୁ ରୂପେ ନିରୀକ୍ଷଣ କରି ଫଳା ଫଳ ଗୁଡିକ ପ୍ରଦାନ କରିଥିଲେ
ପୁରସ୍କାର ବିତରଣ ଉତ୍ସବରେ ଆଂଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଶିଶୁ ମହୋତ୍ସବ ସୁରଭି 2025 କାଯ୍ୟକ୍ରମ ଉପରେ ଶିଶୁ ମାନଙ୍କର ଅନ୍ତଃନିହିତ ଗୁଣର ବିକାଶରେ ଗୁଣାତ୍ମକ ଶିକ୍ଷାର ବୃଦ୍ଧି କରି ପାରିବ ଓ ଛାତ୍ରଛାତ୍ରୀ ମାନଙ୍କ ଲୁକାୟିତ ସୃଜନଶୀଳତା ର ଅଭି ବୃଦ୍ଧିରେ ସୁରଭି କାଯ୍ୟକ୍ରମ ସରକାର ଙ୍କ ଏକ୍ ମହତ୍ ପଦକ୍ଷେପ ବୋଲି ମନ୍ତବ୍ୟ ରଖି ଥିଲେ ଓ କଣ୍ଡରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ sri ବାବୁଲା ଦାସ ମଞ୍ଚ ପରିଚାଳନା କରିଥିଲେ l ଓ ଆଂଚଳିକ ସାଧନା କେନ୍ଦ୍ର ସ୍ତର ରୁ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା Gurapali ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଦାସ, କଣ୍ଡରା ପଡା ପ୍ରଧାନ ଶିକ୍ଷକ ଶ୍ରୀ ଗଣେଶ୍ୱର ସାହୁ, ଓଡ଼ିଆ alapur ପ୍ରଧାନ ଶିକ୍ଷକ ଶ୍ରୀ ସୁଦାମ ଥାହଲ, କନ୍ଦିଗ୍ରାମ ପ୍ରଧାନ ଶିକ୍ଷକ ଶ୍ରୀ ରଘୁନାଥ ସାହୁ ଉଲପୁର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ଵେତ ଦାସ ପଣ୍ଡିତ ଗାଁ ପଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱପ୍ନା ପ୍ରିୟା ନାୟକ ଫାସିଡ଼ି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନଜ ମଞ୍ଜରି ସ୍ୱାଇଁ ସିଙ୍ଗିଡା ପଲ୍ଲୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁ ଲତା ବୈଦ୍ୟ ଙ୍କ ଦ୍ଵାରା ପ୍ରତିଯୋଗିତା ରେ ଭାଗ ନେଇ ଥିବା କୃତି ଛାତ୍ର, ଛତ୍ରୀ ମାନଙ୍କୁ ପୁରସ୍କୃତ, କରାଯାଇଥିଲା ଓ ସୁସ୍ୱାଦ ମଧ୍ୟାହ୍ନ ଭୋଜନ ବଣ୍ଟନ କାର୍ଯ୍ୟକ୍ରମ କଣ୍ଡରାପଡା ବରିଷ୍ଠ ଶିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ଅଧିକାରୀ sir ଅତି ସୁନ୍ଦର୍ ଭାବରେ ପରିଚାଳନା ପରିଚାଳନା କରିଥିଲେ ଓ ଶେଷରେ ପଣ୍ଡିତଗାଁ UPS ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମୌସୁମି ମୋନାଲିସା ସାମଲ ଏହି ସୁରଭି 2025 କାର୍ଯ୍ୟକ୍ରମ ର ବିଶେଷତ୍ଵ ଛାତ୍ର ଛାତ୍ରୀ ଙ୍କୁ କିଭଲି ଆଗକୁ ଆଣିବା ରେ ଆଗ୍ରହ ସୃଷ୍ଟି କରି ପାରିବ ଓ ଛାତ୍ରଛାତ୍ରୀମାନ ଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ଗୁଡିକ କିଭଲି ରାଜ୍ଯ ସ୍ତର ରେ ପହଁଚି ନିଜ୍ ବିଦ୍ୟାଳୟ ଓ ନିଜ୍ ଅଞ୍ଚଳ ପାଇଁ ଗୌରବନ୍ୟୁତ ଆଣିପାରିବେ ବୋଲି ଛାତ ଛାତ୍ରୀ ଙ୍କୁ କହି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ