ରାଜସ୍ବ ଆଇନୀରେ ସରଳିକରଣ ପରେ ଲୋକଙ୍କୁ ମିଳିବ ଅଧିକ ସୁବିଧା

ଓଡିଶା ରେ ପ୍ରତିଷ୍ଠା ହେବ 139ଟି ନୂତନ ସବ -ରେଜିଷ୍ଟାର ଅଫିସ। ଫଳସ୍ୱରୂପ ଜନସାଧାରଣ ମାନେ ଜମି କିଣାବିକାରେ ସୁବିଧା ପାଇବେ ବୋଲି ନିଶ୍ଚିନ୍ତକୋଇଲି ଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ସବ -ରେଜିଷ୍ଟାର କ୍ଷମତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ l
ରାଜସ୍ୱ ବିଭାଗ ପକ୍ଷରୁ ଜମି ପଟା ସତ୍ୱ ସଂଶୋଧନ ସ୍ୱରୂପ column -2 ସଂଶୋଧନ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ।
ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଘୋଷିତ ହୋଇଥିବା ତିନୋଟି ରାଜସ୍ୱ ଗ୍ରାମ ଉର୍ଜ୍ଜଙ୍ଗ, ପାଟସୁରା ଓ ବ୍ରଜରାଜପାଟଣା ର ଗ୍ରାମବାସୀ ମାନଙ୍କୁ ନୂତନ ଭାବେ ୨ ହଜାର ଜମିପଟ୍ଟା ଏବଂ ଏହି ତହସିଲ ଅଧିନସ୍ଥ ୬୪୪ ଜଣଙ୍କୁ ସିକିମ ସତ୍ୱ ପଟ୍ଟା ବଣ୍ଟନ କରିଥିଲେ l
ଏଥି ସହିତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ 4 ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ର ନୂତନ ଗୃହ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମ ରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ କଟକ ଜିଲ୍ଲାପାଳ ଦତ୍ତାତ୍ରୟୋ ଭାଓ ସାହେବ ସିନ୍ଧେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।