ବେଗୁନିଆପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ପୋଲସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ….

0

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବେଗୁନିଆପଡ଼ା ପଞ୍ଚାୟତ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ବେଗୁନିଆପଡ଼ା ପଞ୍ଚାୟତ ଠାରେ ପୋଲିଓ ଦିବସ ପାଳିତ ହୋଇଯାଇଛି। ବେଗୁନିଆପଡ଼ା ସରକାରୀ ହସ୍ପିଟାଲ୍ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଯୋଗ ଦେଇ ଏହି ସାମୁହିକ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ପୋଲିଓ ରୋଗର କାରଣ ଓ ନିରାକରଣ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ। ସେହିପରି ଆମ ଦେଶ ରୁ ବିଗତ ଦିନ ଅପେକ୍ଷା ପୋଲିଓ ରୋଗ କମିଥିଲେ ମଧ୍ୟ ଅନ୍ୟ ଦେଶ ରେ ଏହା ର ପ୍ରଭାବ ରହିଛି।ତେଣୁ ଏହା ପୁନର୍ବାର ଆମ ଦେଶ କୁ ଫେରିବା ପୂର୍ବରୁ ଆମେ ସମସ୍ତେ ସଚେତନ ହୋଇ ଆଗୁଆ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି।ତେଣୁ ଜନପ୍ରିୟ ସରକାରଙ୍କ ପ୍ରଥମ ପଦକ୍ଷେପ ରୂପେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ତେଣୁ ସବୁ ସ୍ତରରେ ଆମେ ଏହି ପୋଲିଓ ବୁନ୍ଦା କୁ ୦-୫ ବର୍ଷ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବା ସହିତ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ରେ ସହାୟକ ହେବା ଜରୁରୀ ବୋଲି ମତ ଦେଇଥିଲେ।। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ