ବେଗୁନିଆପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ପୋଲସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ….

0

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବେଗୁନିଆପଡ଼ା ପଞ୍ଚାୟତ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ବେଗୁନିଆପଡ଼ା ପଞ୍ଚାୟତ ଠାରେ ପୋଲିଓ ଦିବସ ପାଳିତ ହୋଇଯାଇଛି। ବେଗୁନିଆପଡ଼ା ସରକାରୀ ହସ୍ପିଟାଲ୍ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଯୋଗ ଦେଇ ଏହି ସାମୁହିକ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ପୋଲିଓ ରୋଗର କାରଣ ଓ ନିରାକରଣ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ। ସେହିପରି ଆମ ଦେଶ ରୁ ବିଗତ ଦିନ ଅପେକ୍ଷା ପୋଲିଓ ରୋଗ କମିଥିଲେ ମଧ୍ୟ ଅନ୍ୟ ଦେଶ ରେ ଏହା ର ପ୍ରଭାବ ରହିଛି।ତେଣୁ ଏହା ପୁନର୍ବାର ଆମ ଦେଶ କୁ ଫେରିବା ପୂର୍ବରୁ ଆମେ ସମସ୍ତେ ସଚେତନ ହୋଇ ଆଗୁଆ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି।ତେଣୁ ଜନପ୍ରିୟ ସରକାରଙ୍କ ପ୍ରଥମ ପଦକ୍ଷେପ ରୂପେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ତେଣୁ ସବୁ ସ୍ତରରେ ଆମେ ଏହି ପୋଲିଓ ବୁନ୍ଦା କୁ ୦-୫ ବର୍ଷ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବା ସହିତ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ରେ ସହାୟକ ହେବା ଜରୁରୀ ବୋଲି ମତ ଦେଇଥିଲେ।। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ