ରକ୍ତକର୍କଟ ରୋଗ ରେ ଶଯ୍ୟାସାୟୀ ମେଧାବୀ ଛାତ୍ର ବିଜୟ…ମେଡିକାଲ ଶଯ୍ୟା ରେ ଶୋଇ ବଂଚିବା ପାଇଁ ନିବେଦନ…

0

ବେଗୁନିଆପଡା : କେତେ ଆଶା ଥିଲା ପାଠ ପଢ଼ି ବାପା ମା ଙ୍କ ନା ରଖିବ କିନ୍ତୁ ଵିଧି ର ବିଧାନ ଥିଲା ଭିନ୍ନ….ପାଠ ପଢିବା ବୟସରେ ରକ୍ତ କର୍କଟ ରୋଗାଗ୍ରସ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି କଲେଜ ଛାତ୍ର…… ବ୍ୟୟ ବହୁଳ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ…..ନିଷ୍ପାପ ଛାତ୍ରଟି ଆଜି ମେଡିକାଲ ବେଡ଼ ଉପରେ ଶୋଇ ରହି ବଞ୍ଚିବା ପାଇଁ ସହଯୋଗର ହାତ ଖୋଜୁଛି…

Related Posts
1 of 26

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ଅଙ୍ଗାରଗାଁ ଗ୍ରାମ ତୋଟାସାହିର ଭୋକିଲି ସାହୁ ଓ ଶଶି ସାହୁଙ୍କ ୨୦ ବର୍ଷୀୟ ପୁଅ ‘ବିଜୟ’ ଏବେ ରକ୍ତ କର୍କଟ ରୋଗରେ ପୀଡିତ…୨ ମାସ ପୂର୍ବେ ବିଜୟ କୁ ଜ୍ୱର ହୋଇଥିଲା ଓ ଦେହ ଅସୁସ୍ଥ ହେବାରୁ ତାକୁ ବ୍ରହ୍ମପୁର ଏମ କେ ସି ଜି ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା..ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଜୟ ରକ୍ତ କର୍କଟ ରୋଗ ରେ ଶିକାର ହୋଇଥିବା ଜଣା ପଡିଥିଲା….ଏହା ଶୁଣି ବାପା ମାଆ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା .. ଭେଣ୍ଡିଆ ପୁଅ ର ରୋଗ କଥା ଶୁଣି ଭାଙ୍ଗି ପଡ଼ିଥିଲେ ବାପା …ତଥାପି ପୁଅକୁ ବଞ୍ଚାଇବା ପାଇଁ ଧୈର୍ଯ୍ୟ ଧରି ବିଜୟ କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ….ଏକ ମାସ ରୁ ଉର୍ଦ୍ଧ ହସ୍ପିଟାଲ୍ ରେ ସ୍ବାସ୍ଥ୍ୟ କାର୍ଡ ଆଧାର ରେ ଚିକିତ୍ସା କରାଯିବା ପରେ… କାର୍ଡ ରେ ଥିବା ସିମୀତ ଅର୍ଥ ସରିଯାଇ ଥିଲା ଓ ଡାକ୍ତର ଏହି ରୋଗ ର ଚିକିତ୍ସା ପାଇଁ ୨୫ ଲକ୍ଷ ଟଂକା ର ଆବଶ୍ୟକତା ରହିଥିବା ଦର୍ଶାଇ ଥିଲେ ଓ ସମ୍ପର୍କୀୟଙ୍କୁ ଟଂକା ଯୋଗାଡ଼ କରି ଆସିବାକୁ କହି ବିଜୟ କୁ ଘରକୁ ଫେରାଇ ଦେଇଥିଲେ.

ଘରୋଇ ହସ୍ପିଟାଲ ରେ ଏକମାସ ଧରି ବ୍ୟୟବହୁଳ ଚିକିତ୍ସା ପରେ ଗାଁ କୁ ଫେରିଛି ବିଜୟ…ବର୍ତ୍ତମାନ ବିଜୟ ନିଜ ଘରେ ଖଟ ଉପରେ ଆଖିରୁ ଲୁହ ଗଡ଼ାଇ ଗାଁ ଓ କଲେଜ ସାଙ୍ଗ ସାଥୀ କଥା ଭାବୁଛି..ସେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ମେଧାବୀ ଛାତ୍ର ସ୍ନାତକକୋତ୍ତର ରେ ଅଧ୍ୟୟନ କରୁଥିଲେ … ବାପା ଓ ମାଆ ଗରିବ ଶ୍ରେଣୀର ହୋଇଥିବା ବେଳେ ପୁଅର ଏହି ଅବସ୍ଥା ତାଙ୍କୁ ଧର୍ଯ୍ୟହରା କରିଛି….ପୁଅ କଥା କହିବା ବେଳେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି। ସୁସ୍ଥ ହେବା ପରେ ପୁଣି ପାଠ ପଢ଼ିବା ଆଶା ରଖିଛନ୍ତି ବିଜୟ…ଏପଟେ ପରିବାର ର ଆର୍ଥିକ ପରିସ୍ଥିତି ବହୁତ ଜଟିଳ….ସେପଟେ ପୁଅର ଏହି ରୋଗକୁ ନେଇ ପରିବାର ଚିନ୍ତିତ….ସରକାର, ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତି ଅଥବା ସ୍ବେଛାସେବୀ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବା ପାଇଁ ପରିବାର ଲୋକ ଆକୁଳ ନିବେଦନ କରିବା ସହ ଭଗବାନଙ୍କ ନିକଟରେ ପୁଅର ଜୀବନ ପାଇଁ ବାପା ମାଆ ଓ ପରିବାର ଲୋକ ପ୍ରାର୍ଥନା କରି ଛନ୍ତି । ଅନ୍ୟପଟେ କାର୍ଡରେ ଥିବା ଅର୍ଥ ରାଶି ଶେଷ ହୋଇଗଲାଣି । ଭାଇର ଦେହ ଖରାପ ଶୁଣି ବାହାରେ କାମ କରୁଥିବା ବଡ଼ ଭାଇ ସଞ୍ଜୟ ସାନ ଭାଇ ବିଜୟ ପାଖରେ ଆସି ରହିଛି…

ଯେଉଁ ମସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼େଇବା ପାଇଁ ଇଛା ପ୍ରକାଶ କରୁଛନ୍ତି ନିମ୍ମଲିଖିତ ଫୋନ ନମ୍ବରରେ ଯୋଗାଯୋଗ କରିବା ସହ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ

ଫୋନ୍ ପେ – 7751011445
A/C no- 515610210008419
IFSC code -Bkid 0005156
Bank of India

ଫୋନ୍ ପେ – 7326946054
A/c no – 40159309815
Sbin0001336
State Bank of India

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ