ରକ୍ତକର୍କଟ ରୋଗ ରେ ଶଯ୍ୟାସାୟୀ ମେଧାବୀ ଛାତ୍ର ବିଜୟ…ମେଡିକାଲ ଶଯ୍ୟା ରେ ଶୋଇ ବଂଚିବା ପାଇଁ ନିବେଦନ…

0

ବେଗୁନିଆପଡା : କେତେ ଆଶା ଥିଲା ପାଠ ପଢ଼ି ବାପା ମା ଙ୍କ ନା ରଖିବ କିନ୍ତୁ ଵିଧି ର ବିଧାନ ଥିଲା ଭିନ୍ନ….ପାଠ ପଢିବା ବୟସରେ ରକ୍ତ କର୍କଟ ରୋଗାଗ୍ରସ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି କଲେଜ ଛାତ୍ର…… ବ୍ୟୟ ବହୁଳ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ…..ନିଷ୍ପାପ ଛାତ୍ରଟି ଆଜି ମେଡିକାଲ ବେଡ଼ ଉପରେ ଶୋଇ ରହି ବଞ୍ଚିବା ପାଇଁ ସହଯୋଗର ହାତ ଖୋଜୁଛି…

Related Posts
1 of 30

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ଅଙ୍ଗାରଗାଁ ଗ୍ରାମ ତୋଟାସାହିର ଭୋକିଲି ସାହୁ ଓ ଶଶି ସାହୁଙ୍କ ୨୦ ବର୍ଷୀୟ ପୁଅ ‘ବିଜୟ’ ଏବେ ରକ୍ତ କର୍କଟ ରୋଗରେ ପୀଡିତ…୨ ମାସ ପୂର୍ବେ ବିଜୟ କୁ ଜ୍ୱର ହୋଇଥିଲା ଓ ଦେହ ଅସୁସ୍ଥ ହେବାରୁ ତାକୁ ବ୍ରହ୍ମପୁର ଏମ କେ ସି ଜି ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା..ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଜୟ ରକ୍ତ କର୍କଟ ରୋଗ ରେ ଶିକାର ହୋଇଥିବା ଜଣା ପଡିଥିଲା….ଏହା ଶୁଣି ବାପା ମାଆ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା .. ଭେଣ୍ଡିଆ ପୁଅ ର ରୋଗ କଥା ଶୁଣି ଭାଙ୍ଗି ପଡ଼ିଥିଲେ ବାପା …ତଥାପି ପୁଅକୁ ବଞ୍ଚାଇବା ପାଇଁ ଧୈର୍ଯ୍ୟ ଧରି ବିଜୟ କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ….ଏକ ମାସ ରୁ ଉର୍ଦ୍ଧ ହସ୍ପିଟାଲ୍ ରେ ସ୍ବାସ୍ଥ୍ୟ କାର୍ଡ ଆଧାର ରେ ଚିକିତ୍ସା କରାଯିବା ପରେ… କାର୍ଡ ରେ ଥିବା ସିମୀତ ଅର୍ଥ ସରିଯାଇ ଥିଲା ଓ ଡାକ୍ତର ଏହି ରୋଗ ର ଚିକିତ୍ସା ପାଇଁ ୨୫ ଲକ୍ଷ ଟଂକା ର ଆବଶ୍ୟକତା ରହିଥିବା ଦର୍ଶାଇ ଥିଲେ ଓ ସମ୍ପର୍କୀୟଙ୍କୁ ଟଂକା ଯୋଗାଡ଼ କରି ଆସିବାକୁ କହି ବିଜୟ କୁ ଘରକୁ ଫେରାଇ ଦେଇଥିଲେ.

ଘରୋଇ ହସ୍ପିଟାଲ ରେ ଏକମାସ ଧରି ବ୍ୟୟବହୁଳ ଚିକିତ୍ସା ପରେ ଗାଁ କୁ ଫେରିଛି ବିଜୟ…ବର୍ତ୍ତମାନ ବିଜୟ ନିଜ ଘରେ ଖଟ ଉପରେ ଆଖିରୁ ଲୁହ ଗଡ଼ାଇ ଗାଁ ଓ କଲେଜ ସାଙ୍ଗ ସାଥୀ କଥା ଭାବୁଛି..ସେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ମେଧାବୀ ଛାତ୍ର ସ୍ନାତକକୋତ୍ତର ରେ ଅଧ୍ୟୟନ କରୁଥିଲେ … ବାପା ଓ ମାଆ ଗରିବ ଶ୍ରେଣୀର ହୋଇଥିବା ବେଳେ ପୁଅର ଏହି ଅବସ୍ଥା ତାଙ୍କୁ ଧର୍ଯ୍ୟହରା କରିଛି….ପୁଅ କଥା କହିବା ବେଳେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି। ସୁସ୍ଥ ହେବା ପରେ ପୁଣି ପାଠ ପଢ଼ିବା ଆଶା ରଖିଛନ୍ତି ବିଜୟ…ଏପଟେ ପରିବାର ର ଆର୍ଥିକ ପରିସ୍ଥିତି ବହୁତ ଜଟିଳ….ସେପଟେ ପୁଅର ଏହି ରୋଗକୁ ନେଇ ପରିବାର ଚିନ୍ତିତ….ସରକାର, ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତି ଅଥବା ସ୍ବେଛାସେବୀ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବା ପାଇଁ ପରିବାର ଲୋକ ଆକୁଳ ନିବେଦନ କରିବା ସହ ଭଗବାନଙ୍କ ନିକଟରେ ପୁଅର ଜୀବନ ପାଇଁ ବାପା ମାଆ ଓ ପରିବାର ଲୋକ ପ୍ରାର୍ଥନା କରି ଛନ୍ତି । ଅନ୍ୟପଟେ କାର୍ଡରେ ଥିବା ଅର୍ଥ ରାଶି ଶେଷ ହୋଇଗଲାଣି । ଭାଇର ଦେହ ଖରାପ ଶୁଣି ବାହାରେ କାମ କରୁଥିବା ବଡ଼ ଭାଇ ସଞ୍ଜୟ ସାନ ଭାଇ ବିଜୟ ପାଖରେ ଆସି ରହିଛି…

ଯେଉଁ ମସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼େଇବା ପାଇଁ ଇଛା ପ୍ରକାଶ କରୁଛନ୍ତି ନିମ୍ମଲିଖିତ ଫୋନ ନମ୍ବରରେ ଯୋଗାଯୋଗ କରିବା ସହ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ

ଫୋନ୍ ପେ – 7751011445
A/C no- 515610210008419
IFSC code -Bkid 0005156
Bank of India

ଫୋନ୍ ପେ – 7326946054
A/c no – 40159309815
Sbin0001336
State Bank of India

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ