ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ଅଙ୍ଗନବାଡ଼ି ସୁପର ଭାଇଜର କର୍ମୀପ୍ରତି ସେକ୍ଟର ରେ ସ୍ଥାୟୀ ଗୃହ ନିର୍ମାଣବ୍ଲକରେ ନାହିଁ ୧୦୪ ଅଙ୍ଗନବାଡ଼ି ଗୃହବିଭିନ୍ନ ସମସ୍ୟା ସମାଧାନ ନେଇ ବ୍ଲକ ସଂଘ ପକ୍ଷରୁ ଦାବି।

0

ଧାମନଗର,୨୩/୧୦(ଫିରୋଜ୍ ଶାହା) ରାଜ୍ୟରେ ନୂତନ ଭାଜପା ସରକାର ଗଠନ ହେବା ପରେ
ବିଶେଷ କରି ମହିଳା ଓ ଶିଶୁ ମାନଙ୍କ ପ୍ରତି ପ୍ରାଧାନ୍ୟ ଦେଉଛନ୍ତି। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ , ସ୍ୱୟଂ ସହାୟିକା ଗୋଷ୍ଠୀ କୁ ବିନା ସୁଧରେ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ ଏବଂ ଲକ୍ଷ୍ୟପତି ଦିଦି ଆଦି ଭଳି ସହାୟତା ଯୋଗାଇ ଦେଉଛନ୍ତି।ସେହିପରି ଓଡ଼ିଶା ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ଅଧିନରେ କୋମଳ ମତି ଶିଶୁ ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିକ୍ଷା ଦାନ ,ପୃଷ୍ଟିକର ଶୁଖିଲା ଖାଦ୍ୟ ,ପୋଷାକ ,ଖେଳଣା,ଗରମ ରନ୍ଧା ଖାଦ୍ୟ ଭଳି ସୁବିଧା ଯୋଗାଇ ଦେଉଛନ୍ତି।ସେହିପରି ଗ୍ରାମାଞ୍ଚଳ ଠୁ ସହରାଞ୍ଚଳ ପର୍ଯ୍ୟନ୍ତ ମଧ୍ୟରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଙ୍କ ଦ୍ଵାରା ଗର୍ଭବତୀ ମହିଳାଙ୍କ ଶାରୀରିକ ବିକାଶ ,ଗାଁ କଲ୍ୟାଣ ସମିତି ଜରୀଆରେ ଗ୍ରାମର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ସ୍ବଚ୍ଛତା ଭଳି କାର୍ଯ୍ୟ କରାଯାଉଛି। ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ସୁପର ଭାଇଜର ମାନଙ୍କୁ ନିଯୁକ୍ତ କରାଯାଇଛି।ସେମାନେ ପ୍ରତ୍ୟେକ ଦିନ ସବୁ କେନ୍ଦ୍ରର କ୍ଷେତ୍ର ପରିଦର୍ଶନ କରି ବ୍ଲକ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦିଅନ୍ତି। କିନ୍ତୁ ସୁପର ଭାଇଜର ମାନଙ୍କର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ନଥିବାରୁ ବାବୁ ସମସ୍ୟା ହେଉଛି।ସୂଚନା ମୁତାବକ ବ୍ଲକ ର ମୋଟ ୩୫୩ ଅଙ୍ଗନବାଡ଼ି କେନ୍ଦ୍ରକୁ ତଦାରଖ କରିବା ନେଇ ୧୩ ଟି ସେକ୍ଟର ରେ ବିଭକ୍ତ କରାଯାଇଛି ଯଥା ଧାମନଗର, ଦୋବଲ,ସୋହଡା, ହସନାବାଦ, ଧୁଷୁରୀ, କୋଠାର, ଅସୁରାଳି,କଟସାହି,ରାଧାବଲ୍ଲଭପୁର, ନଦିଗାଁ, ପାଳସାହି, ଗୋବିନ୍ଦପୁର ଏବଂ ଚୁଡାକୁଟି ।ପ୍ରତି ସେକ୍ଟର ରେ ଜଣେ ଲେଖାଏଁ ସୁପର ଭାଇଜର ରହିବା କଥା ହେଲେ ଅଦ୍ୟାବଧି ୧୧ ଜଣ ସୁପର ଭାଇଜର ଅଛନ୍ତି। ପାଳସାହି ଏବଂ ଗୋବିନ୍ଦପୁର ସେକ୍ଟର ରେ ସୁପର ଭାଇଜର ନଥିବା ବେଳେ ଏହି ଦୁଇଟି କୁ ହସନାବାଦ୍ ଓ ଚୁଡ଼ାକୁଟୀ ସେକ୍ଟର ରେ ସାମିଲ କରି କାର୍ଯ୍ୟ କରାଯାଉଛି।ସେହିପରି ପ୍ରତି ସେକ୍ଟର ରେ ସର୍ବନିମ୍ନ ୨୦ ଓ ସର୍ବାଧିକ ୪୦ କେନ୍ଦ୍ର ରହିଛି।ପୂର୍ବରୁ ପ୍ରତ୍ୟେକ ସେକ୍ଟର ରେ ଥିବା ଅଙ୍ଗନବାଡ଼ି ସୁପର ଭାଇଜରଙ୍କ ସୁବିଧା ମୁତାବକ ପଞ୍ଚାୟତ ସ୍ତରରେ ଥିବା ରାଜୀବ ସେବା କେନ୍ଦ୍ର ରେ ଏକ ଅଫିସ ଖୋଲି କାର୍ଯ୍ୟ କରୁଥିଲେ ହେଲେ କିଛି ବର୍ଷ ହେବ ଏହି ସବୁ
ସୁବିଧା ଯୋଗାଇ ଦିଆଯାଉନାହିଁ।ଫଳରେ ପ୍ରତ୍ୟେକ ଦିନ ଅନେକଗୁଡ଼ିଏ କେନ୍ଦ୍ର ବୁଲି ରିପୋର୍ଟ ସଂଗ୍ରହ କରି କାର୍ଯ୍ୟକାରୀ କରିବାକୁ ଅନେକ ସମସ୍ୟା ହେଉଛି। ସିଡିପିଓ ଙ୍କର କୌଣସି ଜରୁରୀ କାମ ଥିଲେ ସେମାନଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକନ୍ତି। ତଥ୍ୟ ମୁତାବକ ବ୍ଲକ ର ୩୫୩ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଅଦ୍ୟାବଧି ୧୮୨ କେନ୍ଦ୍ର ଚାଲୁଥିବା ବେଳେ ୮ ଟି ରେ ନିର୍ମାଣ ସରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର ହୋଇନାହିଁ।୫୯ କେନ୍ଦ୍ର ନିର୍ମାଣଧୀନ ଥିବା ବେଳେ ୧୦୪ ଟି କେନ୍ଦ୍ରର ଅଙ୍ଗନବାଡ଼ି ଗୃହ ନାହିଁ। ଯଦ୍ୱାରା କୋମଳ ମତି ଶିଶୁ ଙ୍କ ଭବିଷ୍ୟତ ଗଢିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସୁପର ଭାଇଜରଙ୍କର କାମରେ ନାନାଦି ସମସ୍ୟା ହେଉଛି।
ଏଭଳି ସ୍ଥିତିରେ ଗତ ୧୪/୧୦/୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପୋଷଣ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଧାମନଗର ବ୍ଲକ ଦ୍ୱିତୀୟ ସ୍ଥାନ ଅଧିକାରୀ କରି ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର ସୁପରିଚାଳନା ଏବଂ କୋମଳ ମତି ଶିଶୁ ଙ୍କ ଭବିଷ୍ୟତ ଗଢିବା,ଯେଉଁଠି ଅଙ୍ଗନବାଡ଼ି ଗୃହ ନାହିଁ ତୁରନ୍ତ ସେଠାରେ ନୂତନ ଗୃହ ନିର୍ମାଣ କରିବା , ପ୍ରତି ସେକ୍ଟର ରେ ସୁପର ଭାଇଜର ଙ୍କ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ କରିବା, ଫାଙ୍କା ପଡିଥିବା ୨ ଟି ସୁପର ଭାଇଜର ପଦବୀ ପୂରଣ କରିବା ଭଳି ସମସ୍ୟା ସମାଧାନ କରିବାକୁ ଅଲ ଓଡ଼ିଶା ଅଙ୍ଗନବାଡ଼ି ସଂଘର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ଜେନା,ବ୍ଲକ ସଭାନେତ୍ରୀ ସୁଷମା ରାଣୀ ମହାପାତ୍ର ଓ ସମ୍ପାଦିକା ନକ୍ଷତ୍ର ମାଳିନୀ ଧନୀ ,ତିଳୋତ୍ତମା ବାରିକ,ରୀନାରାଣୀ ସାହୁ,ସବୁଜିମା ତ୍ରିପାଠୀ ,ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା ,ତପସ୍ଵିନୀ ଦାସ ଓ ସୁନନ୍ଦା ମହାପାତ୍ର ପ୍ରମୁଖ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଦାବି କରିଛନ୍ତି। ଫଟୋ

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ