ଇଣ୍ଟର ନେସନଲ ମୋଡେଲ ୟୁନିଅନ ନେସନରେ ଭାଗନେବେ କଳାହାଣ୍ଡି ଝିଅ ଓ ନାରୀ ସଶକ୍ତିକରଣ ତ ଥିମ୍ ରେ ଭାଗନେଲେ ।

0

କଳାହାଣ୍ଡିର ଝିଅ ପ୍ରିୟଂସିତା ରାଉତ ଆଇ.ଏମ୍.ୟୁ.ଏନ୍.ଭିଏତ ନାମରେ – ନାରୀ ସଶକ୍ତିକରଣ ଥିମ୍ ରେ ଭାଗନେଇଥିଲେ। ଭବାନୀପାଟଣାରୁ ରୁ ଭିଏତନାମ ପର୍ଯ୍ୟନ୍ତ ଯାତ୍ରା କରି, International Model United Nations (IMUN) Conference ରେ ନିଜ ଦେଶର ପ୍ରତିନିଧି ଭାବେ ଭାଗ ନେଇଛନ୍ତି ଏବଂ ବିଶ୍ୱସ୍ତରୀୟ ସଭା ଯେଉଁଠି ସାରା ପୃଥିବୀର ଯୁବ ପ୍ରତିନିଧିମାନେ ଏକତ୍ର ହୋଇ ବିଶ୍ୱସମସ୍ୟାଗୁଡ଼ିକ ଉପରେ ଆଲୋଚନା କରନ୍ତି।
କମିଟିର ଥିମ୍ ଥିଲା ନାରୀ ସଶକ୍ତିକରଣ ଓ ଲିଙ୍ଗ ସମାନତା। ପ୍ରିୟଂସିତା ଓ ତାଙ୍କ ଦଳ “ସମାନ କାମ ପାଇଁ ସମାନ ବେତନ”, “ଲିଙ୍ଗୀୟ ଉତ୍ପୀଡ଼ନ ବିରୋଧରେ ସୁରକ୍ଷା”, “ମାତୃତ୍ୱ ଓ ସ୍ୱାସ୍ଥ୍ୟ ସହାୟତା” ଏବଂ “ଗ୍ରାମୀଣ ଅଞ୍ଚଳରେ ନାରୀ ଉନ୍ନତି” ଉପରେ ଜୋର ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଥିଲେ। ଗ୍ରାମୀଣ ନାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ — ଶିକ୍ଷାର ଅଭାବ, ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା, ବେକାରି ଏବଂ ଅଧିକାର ସଚେତନତାର ଅଭାବ — ବିଷୟରେ ଆଲୋଚନା କରିଥିଲେ। ନାରୀ ସ୍ୱାଧୀନତା ପାଇଁ କୌଶଳ ବିକାଶ, ମାଇକ୍ରୋ ଫାଇନାନ୍ସ ଏବଂ ସ୍ୱୟଂ ସାହାୟତା ଗୋଷ୍ଠୀର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।
ଧର୍ମଗଡ ସବ୍ଡିବିଜନରୁ ଦିବ୍ୟ ନାଗଙ୍କ ରିପୋର୍ଟ କୋଣାର୍କ news24

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ