ଜୟପାଟଣା -(ଦିବ୍ୟ ନାଗ)ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ,କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ‘ଜନ ସମ୍ପର୍କ ପଦଯାତ୍ରା’ ଆରମ୍ଭ କରାଯାଇଛି।

0

ଭବାନୀପାଟଣା ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ ଠାରୁ ଏକ ଶୋଭାଯାତ୍ରାରେ ବିଜେଡି କର୍ମୀ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହା ପରେ ଗାନ୍ଧୀ ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେଡି କର୍ମୀ ଗୋପବନ୍ଧୁ ଦାସ ଏବଂ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅକ୍ଟୋବର ୯ ତାରିଖରୁ ଆରମ୍ଭ ଏହି ଜନ ସମ୍ପର୍କ ପଦଯାତ୍ରା ଆଗାମୀ ଏକ ମାସ ବ୍ୟାପୀ ନଭେମ୍ବର ୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ କହିଛନ୍ତି। ପଦଯାତ୍ରା ମାଧ୍ୟମରେ ଦଳୀୟ କର୍ମୀ ଓ ନେତାମାନେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବା ସହ ବିଜେପି ସରକାରର ବିଫଳତା ଲୋକଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ବୈଠକରେ ନିଆଯାଇଛି। ସମସ୍ତ ବିଜେଡି ନେତା ରାଜ୍ୟ ବିଜେପି ସରକାରର ବିଫଳତା, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା, ଏସଆଇ ନିଯୁକ୍ତି ବିକ୍ରି, ଚାଷୀ ଓ ମହିଳାଙ୍କ ପ୍ରତାରଣା କରିବା ଆଦି ପ୍ରସଙ୍ଗ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ମହୋଷଧି ବାଗ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ନଗରପାଳ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, ଧର୍ମେନ୍ଦ୍ର ନାଏକ, ସାମନ୍ତ ଖମାରୀ, ଧବଳେଶ୍ଵର ମହାପାତ୍ର, ଜାକୀର ହୁସେନ, ପୂର୍ବତନ ପୋରାଧ୍ୟକ୍ଷ ସଂଯୁକ୍ତା ବେହେରା, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଉଦୟ ସୁନାନୀ, ନିଳମଣୀ ସାହୁ, ଯୁବ ନେତା ବଦ୍ରିନାରାୟଣ ପଟ୍ଟନାୟକ, ଦିନେଶ ବଗର୍ତ୍ତି, ତ୍ରିଲୋଚନ ପାଣିଗ୍ରାହୀ, ¹ପରମାନନ୍ଦ ମାଝୀ, ମହେନ୍ଦ୍ର ରାଉତ, ସେନାପତି ନାଏକ, ଦୟାନିଧି ନାଏକ,i କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ପିତବାସ ବେହେରା, ମାନସ ସିନ୍ଦୂର, ରଞ୍ଜୁକ୍ତା ପ୍ରଧାନ, ଜୟଶ୍ରୀ ଅଗ୍ରୱାଲ, ଉତ୍ପଳ ଦାସ, ସୁରଥ ରାଉତ, ପ୍ରଦୀପ ପ୍ରଧାନ, ଭୋଳା ଶଙ୍କର ନାଗ ପ୍ରମୁଖ ଉପସ୍ଥିତ ଥିଲେ।

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ