ବନ୍ୟଜନ୍ତୁ ସପ୍ତାହ ରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ।

0

ଜୟପାଟଣା_(ଦିବ୍ୟ ନାଗ)ବନ୍ୟଜନ୍ତୁ ସପ୍ତାହରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୮ ଅକ୍ଟୋବର ପର୍ଯ୍ୟନ୍ତ, ପ୍ଳାଷ୍ଟିକ ମୁକ୍ତ ଓ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ପକ୍ଷରୁ ବିଭିନ୍ନ ରେଞ୍ଜରେ ସପ୍ତାହେ ଧରି ପ୍ଳାଷ୍ଟିକ ଓ ଅଲିଆ ଆବର୍ଜନା ସଫା କରିବା ସହ ସଚେତନତା କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ଏଥିମଧ୍ୟରେ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଲୀ ଫୁର୍ଲିଝରନ ଠାରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଯାଇଛି ସତ କିନ୍ତୁ ଦେଶର ଅଧିକାଂଶ ରାଜ୍ୟରେ ଦେଶୀ ଭାଟି ବିଦେଶୀ ମଦ ଦୋକାନରେ ବିକ୍ରି ହେବାକୁ ପଲିଥିନ, କାଚ ବତଲର ପରିମାଣ ବୃଦ୍ଧି ପାଉଛି ।ଯାହା ଫଳରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ମୁକ୍ତ ଅଭିଯାନ କରୁଛନ୍ତି ହେଲେ ଫଳ ସୁନ ହେଉଛି ।ଏବଂ ସରକାରଙ୍କ ଟଙ୍କା ପାଣି ପଡୁଛି ।
ଏହି କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସାମିଲ ଥିଲେ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ