ଡ୍ରେନ ନିର୍ମାଣ ରେ ଅନିୟମିତତା

0

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ବସ୍ତିମୁଖ୍ୟ ରାସ୍ତା ର ଡ୍ରେନ ନିର୍ମାଣ ରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ଗ୍ରାମରେ ଡ୍ରେନ ସମସ୍ୟା ରହିଥିବା ଯୋଗୁଁ ଗ୍ରାମବାସୀ ନୂତନ ଡ୍ରେନ ନିର୍ମାଣ ପାଇଁ ପ୍ରଶାସନ କୁ ବହୁ ବର୍ଷରୁ ଆବେଦନ କରିଆସୁଥିଲେ। ହେଲେ ପ୍ରଶାସନ ତରଫରୁ ଚଳିତ ବର୍ଷ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦେଖି ଲୋକେ କିଛି ମାତ୍ରାରେ ଆଶ୍ୱସ୍ତି ଲାଭ କରିଥିଲେ।କିନ୍ତୁ ଡ୍ରେନ ଅତି ନିମ୍ନ ମାନ ସହ ସଠିକ୍ ପ୍ଲାନିଙ୍ଗ ରେ ହେଉ ନଥିବା ଯୋଗୁଁ ପୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।ଆମ୍ବେଦକର ପଡ଼ା ଠାରୁ ବସ୍ତି ଭିତରକୁ ଯାଇଥିବା ଡ୍ରେନ ମଝିରେ ତିନୋଟି ଇଲେକ୍ଟ୍ରିକ ଖୁଣ୍ଟ ରହିଥିବା ବେଳେ ଅଙ୍କା ବଙ୍କା ଭାବରେ ଡ୍ରେନ ନିର୍ମାଣ କରା ଯାଇଛି।ଯତ୍ ଫଳରେ ମଇଳା ପାଣି ନିଷ୍କାସନ ରେ ବାଧା ଉପୁଜି ପୁଣି ରାସ୍ତା ଉପରେ ପାଣି ବହୁଥିବା ଦେଖିବାକୁ ମିଳୁଛି। ଏପରିକି ନିର୍ମାଣ କୁ ମାସେ ହୋଇନି କିନ୍ତୁ ଅନେକ ସ୍ଥାନ ରେ ଡ୍ରେନ ଭୁଷୁଡି ପଡିବା ଥିବା ଦେଖା ଯାଇଛି। ଉକ୍ତ ଠିକାଦାର ଦ୍ଵାରା ପୁଣି ମଝି ପଡ଼ା ଛକ ରୁ ବଜାର ଛକ ରାସ୍ତାରେ ତରବରିଆ ଭାବରେ ଆଉ ଏକ ଡ୍ରେନ ନିର୍ମାଣ କରାଯାଇଛି।ପାଣି କୁ ଡ୍ରେନ ଆଉଟ୍ ନ କରି ଡ୍ରେନ ଭିତରେ ପାଣି ରହିଥିବାବେଳେ ଗ୍ରାଉଣ୍ଡ ତଳକୁ କଂକ୍ରିଟ ପକା ଯାଇଛି।ଗ୍ରାଉଣ୍ଡ ଲେବଲ ରେ ବିଛା ଯାଇଥିବା ଛଡ ଉପରକୁ ଆଁ କରିଥିବା ବେଳେପୁଣି ଡ୍ରେନ ର ସାଇଟ୍ ୱାଲ କୁ ମଧ୍ୟ ପାଣି ଉପରେ କଂକ୍ରିଟ ପକାଇ ତିଆରି କରା ଯାଇଥିବ ଲୋକେ ଅଭିଯୋଗ ଆଣିଛନ୍ତି। ଫଳରେ ତାହାର ସ୍ଥାୟୀତ୍ବ କୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଗଲାଣି। ଏନେଇ ସ୍ଥାନୀୟ ପିଡବ୍ଲୁଡ଼ିଏ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ପୁଣିଥରେ ରିପ୍ୟାରିଂ କରାଯିବ ବୋଲି କହିଛନ୍ତି। ତେବେ ଗ୍ରାମବାସୀ ଡ୍ରେନ ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ।ଡ୍ରେନ ନିର୍ମାଣ ରେ ଅନିୟମିତତା

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ