ଡ୍ରେନ ନିର୍ମାଣ ରେ ଅନିୟମିତତା

0

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ବସ୍ତିମୁଖ୍ୟ ରାସ୍ତା ର ଡ୍ରେନ ନିର୍ମାଣ ରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ଗ୍ରାମରେ ଡ୍ରେନ ସମସ୍ୟା ରହିଥିବା ଯୋଗୁଁ ଗ୍ରାମବାସୀ ନୂତନ ଡ୍ରେନ ନିର୍ମାଣ ପାଇଁ ପ୍ରଶାସନ କୁ ବହୁ ବର୍ଷରୁ ଆବେଦନ କରିଆସୁଥିଲେ। ହେଲେ ପ୍ରଶାସନ ତରଫରୁ ଚଳିତ ବର୍ଷ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦେଖି ଲୋକେ କିଛି ମାତ୍ରାରେ ଆଶ୍ୱସ୍ତି ଲାଭ କରିଥିଲେ।କିନ୍ତୁ ଡ୍ରେନ ଅତି ନିମ୍ନ ମାନ ସହ ସଠିକ୍ ପ୍ଲାନିଙ୍ଗ ରେ ହେଉ ନଥିବା ଯୋଗୁଁ ପୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।ଆମ୍ବେଦକର ପଡ଼ା ଠାରୁ ବସ୍ତି ଭିତରକୁ ଯାଇଥିବା ଡ୍ରେନ ମଝିରେ ତିନୋଟି ଇଲେକ୍ଟ୍ରିକ ଖୁଣ୍ଟ ରହିଥିବା ବେଳେ ଅଙ୍କା ବଙ୍କା ଭାବରେ ଡ୍ରେନ ନିର୍ମାଣ କରା ଯାଇଛି।ଯତ୍ ଫଳରେ ମଇଳା ପାଣି ନିଷ୍କାସନ ରେ ବାଧା ଉପୁଜି ପୁଣି ରାସ୍ତା ଉପରେ ପାଣି ବହୁଥିବା ଦେଖିବାକୁ ମିଳୁଛି। ଏପରିକି ନିର୍ମାଣ କୁ ମାସେ ହୋଇନି କିନ୍ତୁ ଅନେକ ସ୍ଥାନ ରେ ଡ୍ରେନ ଭୁଷୁଡି ପଡିବା ଥିବା ଦେଖା ଯାଇଛି। ଉକ୍ତ ଠିକାଦାର ଦ୍ଵାରା ପୁଣି ମଝି ପଡ଼ା ଛକ ରୁ ବଜାର ଛକ ରାସ୍ତାରେ ତରବରିଆ ଭାବରେ ଆଉ ଏକ ଡ୍ରେନ ନିର୍ମାଣ କରାଯାଇଛି।ପାଣି କୁ ଡ୍ରେନ ଆଉଟ୍ ନ କରି ଡ୍ରେନ ଭିତରେ ପାଣି ରହିଥିବାବେଳେ ଗ୍ରାଉଣ୍ଡ ତଳକୁ କଂକ୍ରିଟ ପକା ଯାଇଛି।ଗ୍ରାଉଣ୍ଡ ଲେବଲ ରେ ବିଛା ଯାଇଥିବା ଛଡ ଉପରକୁ ଆଁ କରିଥିବା ବେଳେପୁଣି ଡ୍ରେନ ର ସାଇଟ୍ ୱାଲ କୁ ମଧ୍ୟ ପାଣି ଉପରେ କଂକ୍ରିଟ ପକାଇ ତିଆରି କରା ଯାଇଥିବ ଲୋକେ ଅଭିଯୋଗ ଆଣିଛନ୍ତି। ଫଳରେ ତାହାର ସ୍ଥାୟୀତ୍ବ କୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଗଲାଣି। ଏନେଇ ସ୍ଥାନୀୟ ପିଡବ୍ଲୁଡ଼ିଏ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ପୁଣିଥରେ ରିପ୍ୟାରିଂ କରାଯିବ ବୋଲି କହିଛନ୍ତି। ତେବେ ଗ୍ରାମବାସୀ ଡ୍ରେନ ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ।ଡ୍ରେନ ନିର୍ମାଣ ରେ ଅନିୟମିତତା

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ