ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ।

0

ଜୟପାଟଣା-(ଦିବ୍ୟ ନାଗ)କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଠଣ। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋରଭଟା ଗ୍ରାମ ହେଉଛି ପକ୍ଷୀ ପ୍ରେମୀ ଗାଁ। ପ୍ରତି ବର୍ଷ ବର୍ଷାଋତୁ ଆରମ୍ଭ ହେଲେ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଆସନ୍ତି ଓ ଗ୍ରାମ ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଁ ଧରଣୀ ପୀଠରେ ଥିବା ଗଛରେ ବସା ବାନ୍ଧି ଆଶ୍ରୟ ନିଅନ୍ତୁ ଓ ଆଖପାଖ ଜମି ଓ ପୋଖରୀରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି ଓ ବଂଶ ବିସ୍ତାର କରିଥାନ୍ତି। ବୋରଭଟା ଗ୍ରାମର ଯୁବ ଗୋଷ୍ଠୀ ପକ୍ଷୀ ମାନଙ୍କ ସୁରକ୍ଷା ଦେବା ସହ କୌଣସି ବାହାରିଆ ଲୋକ ପକ୍ଷୀ ଶିକାର କରିବା ପାଇଁ ଆସିଲେ ମନା କରନ୍ତି। ପ୍ରତି ବର୍ଷ ପକ୍ଷୀ ଆସିବା କାରଣ ଶାନ୍ତ ପରିବେଶ, ସହଜ ଓ ସୁବିଧାରେ ଖାଦ୍ୟ ସଂଗ୍ରହ ଓ ସୁରକ୍ଷିତ ଥିବାରୁ ଆସି ରହି ଥାଆନ୍ତି ଓ ପେବୃୟାରୀ ମାସ ପରେ ଫେରି ଯାଆନ୍ତି। ଗ୍ରାମର ଝାଙ୍କର ଶ୍ରୀରାମାକାନ୍ତ ମାଝୀଙ୍କ ଘର ପାଖରେ ଥିବା ହେତୁ ସବୁବେଳେ ଦୃଷ୍ଟି ଦିଅନ୍ତି। ବନ ବିଭାଗ ପକ୍ଷରୁ ଯଦି ପକ୍ଷୀ ମାନଙ୍କ ପାଇଁ ରହିବା ବ୍ୟବସ୍ଥା କଲେ ବହୁତ୍ ଭଲ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଯୁବ ଗୋଷ୍ଠୀ।

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ