ସରକାରୀ ବିଦ୍ୟାଳୟରେ ସମ୍ବିଧାନ ପଢେଇବା ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀ

0

ଭାରତ ଦେଶ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଥିରେ ବିଭିନ୍ନ ଜାତି ଧର୍ମର ଲୋକ ବସବାସ କରିବା ଦେଖିବାକୁ ମିଳେ ।ଏବଂ ଦେଶ ସମ୍ବିଧାନ ଦ୍ଵାରା ପରିଚାଳିତ ହେଉଛି ।ସେପଟେ ସମ୍ବିଧାନ କହୁଛି । ଅନୁଛେଦ ୨୮ ଅନୁସାରେ ସରକାର କୌଣସି ଗୋଟିଏ ଧର୍ମ କୁ ପ୍ରୋତ୍ସାହନ ଦେଇ ପାରିବେ ନାହିଁ, ଅନୁଛେଦ ୫୧ H ଅନୁସାରେ କୌଣସି ଶିକ୍ଷା ଅନୁଷ୍ଠାନରେ ବୈଜ୍ଞାନିକ ସତ୍ୟତା ଆଧାରିତ ଜ୍ଞାନ ଛଡ଼ା ଅଲଗା ଶିକ୍ଷା ଦେଇ ପାରିବ ନାହିଁ ।ଅନୁଛେଦ ୧୪ ଅସମାନତା କୁ ପ୍ରୋତ୍ସାହନ ଦେଇ ପାରିବ ନାହିଁ । ଅନୁଛେଦ ୧୫ ଭେଦଭାବ କରି ପାରିବ ନାହିଁ । ଏସବୁ ସତ୍ତ୍ୱେ ଓଡ଼ିଶା ସରକାରର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ମନ୍ତବ୍ୟ ସବୁ ବିଦ୍ୟାଳୟରେ ଗୀତା ଶ୍ଳୋକ ପାଠ ପଢ଼ାଯିବା ସମ୍ବିଧାନ ବିରୋଧୀ ଅଟେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜାତି ଧର୍ମ ଉର୍ଦ୍ଧ୍ଵରେ ଭାଇଚାରାର ରାଜ୍ଯ ଓଡିଶାରେ ଏହିଭଳି ନିଷ୍ପତ୍ତି ନ ନେବା ସହ ଓଡ଼ିଶାର ସବୁ ସରକାରୀ ବିଦ୍ୟାଳୟର ପାଠ୍ୟକ୍ରମରେ ସମ୍ବିଧାନ ପଢିବା ପାଇଁ ସରକାର ନିଷ୍ପତ୍ତି ନେଲେ ସମସ୍ତେ ନିଜର ନାଗରିକ ଅଧିକାର ଓ କର୍ତ୍ତବ୍ୟ ଦାୟିତ୍ବ ବିଷୟରେ ସଚେତନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ବେଳେ ଏହାକୁ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ଵରେ ଆଜି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଛନ୍ତି ।ଏହି ଅବସରରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ମହାସଚିବ ଶତ୍ରୁଘ୍ନ ନାଏକ ,କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, କେସିଙ୍ଗା ବ୍ଳକ କାର୍ଯ୍ୟକାରୀ ସଭାପତି ଡମ୍ବୁରୁଧର କରୁଆ, ସାଧାରଣ ସମ୍ପାଦକ ବିକ୍ରମ ହରପାଲ, ମାଲେସ ନାଏକ,ପରମାନନ୍ଦ ନାଏକ ଏବଂ ସଂଗଠନର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଧର୍ମଗଡ ସବ୍ଡିବିଜନରୁ ଦିବ୍ୟନାଗଙ୍କ ରିପୋର୍ଟ କୋଣାର୍କ ନିୟୁଜ24

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ