ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ।

0

ଗୋଲାମୁଣ୍ଡା/୨୩/୯/୨୫/(କୋଣାର୍କ ନିୟୁଜ 24)ଦଶପୁର ମେହେରପଡ଼ା ଜଗନ୍ନାଥ କ୍ଲବ ନିକଟରେ ଆଜି ଷ୍ଟ୍ରିଟ ଲାଇଟ ସ୍ପର୍ଶରେ ଆସି ଏକ ଜର୍ସି ଗାଈର ମୃତ୍ୟୁ ଘଟିଛି ।ଏହି ଘଟଣାଚକ୍ରଟି ହେଲା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିନରେ ଥିବା ଦଶପୁର ମେହେରପଡ଼ା ଜଗନ୍ନାଥ କ୍ଲବ ନିକଟରେ ଷ୍ଟ୍ରୀଟଲାଇଟରେ କିଛି ଦିନ ତଳେ ଲାଇନପାରକିଂ ହେଉ ଥିବା ନେଇ ପଞ୍ଚାୟତର ସରପଞ୍ଚ ରଞ୍ଜନ ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କର୍ଣ୍ଣ ଗୋଚର ହୋଇଥିଲା।ଏନେଇ ସରପଞ୍ଚ ବିଦ୍ୟୁତ୍ ବିଭାଗୀୟ କର୍ମ ଚାରି ମାନଙ୍କୁ ଡାକି ରିପାୟୀରିଂ କରାଇ ଥିଲେ। ହେଲେ ରିପ୍ୟାରିଂ କରିବାରେ କିଛି ତ୍ରୁଟି ଥିବାରୁ ଆଜି ମଙ୍ଗଳ ବାର ଦିନ ପ୍ରାୟ ନଅ ଘଣ୍ଟା ସମୟରେ ସେହି ଷ୍ଟ୍ରୀଟ ଲାଇଟ୍ ଖମ୍ବରେ ଗାଈଟି ଘଷି ହେବା ଦ୍ବାରା ଗାଈର ମୃତ ହୋଇ ଥିଲା ବୋଳି ସାଧାରଲୋକଙ୍କ ସନ୍ଦେହ ପ୍ରକାଶ ପାଇଛି। ପରେ ବିଦ୍ୟୁତ୍ ବିଭାଗୀୟ କର୍ମ ଚାରି ମାନେ ତଦନ୍ତ କଲାପରେ କେମିତି ଷ୍ଟ୍ରିଟ ଖମ୍ବରେ ଲାଇନ୍ ସ୍ପର୍ଶରେ ଗାଈର ମୃତ୍ୟୁ ହେଲା ବୋଲି ଗାଈ ମାଲିକ ସନ୍ତୋଷ ମେହେର ପିତା ଚକ୍ରଧର ମେହେର ଙ୍କୁ ପଚାରି ବୁଝିବାରୁ ସେ କହିଲେ ଯେ ସକାଳ ନଅ ଘଣ୍ଟା ସମୟରେ ମୃତ ଗାଈ ସହ ଆଉ କେତେକ ଗାଈ କୁ ନେଇ ବାହାର କୁ ନେଉ ଥିଲି ହେଲେ ଦୁଃର୍ଭାଗ୍ୟ ବଶତଃ ଉକ୍ତ ଗାଈଟି ଷ୍ଟ୍ରୀଟ ଲାଇନ ଖମ୍ବାରେ ଘଷି ହେବା ଦ୍ବାରା ତୁରନ୍ତ ଗାଈ ତଳେ ଟଳି ପଡ଼ିଗଲା ବୋଲି କହିଥିଲେ। ଏହି ଭଳି ଦୁଃଖଦ ଘଟଣା ସ୍ଥଳରେ ତୁରନ୍ତ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଆସି ତଦନ୍ତ ଜାରୀ ରଖି ଥିବା ବେଳେ ଗୋଲାମୁଣ୍ଡା ପ୍ରାଣୀ ସମ୍ପଦ ବିଭାଗ ଜିତେନ୍ଦ୍ର ମହାରଣା ଙ୍କୁ ଫୋନ ଯୋଗେ ଫାଣ୍ଡି ଅଧିକାରୀ ପଚାରି ବୁଝି ବିଦୁତ୍ ବିଭାଗୀୟ ଅଧିକାରୀ ଙ୍କୁ ମଧ୍ୟ ସୁଚନା ଜଣାଇ ଥିଲେ। ଗାଈ ମାଲିକ ସନ୍ତୋଷ ମେହେର ଜଣେ ଗରୀବ ଖଟିଖିଆ ପରିବାର ଅଟେ, ତାଙ୍କର ସ୍ତ୍ରୀ ସାଙ୍ଗକୁ ତିନି ଝିଅ ଓ ପୁଅ କୁ ନେଇ ଗାଈର କ୍ଷୀର ବିକ୍ରୟ କରି ପରିବାର ପ୍ରତି ପୋଷଣ କରି ଥିଲି ବୋଲି ପୋଲିସ ନିକଟରେ ଲିଖିତ ଗୁହାରି ଜଣାଇ ଥିଲେ।ପ୍ରାପ୍ତ ସୂଚନାରୁ କିଛି ଦିନ ପୁର୍ବରୁ ଗାଈ କୁ ୬୫, ହଜାର ଟଙ୍କା ଦେଇ କିଣି ଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଗାଈର ମୃତ୍ୟୁ ପରେ ଉକ୍ତ ସାହୁଙ୍କ ପତ୍ନୀ ବୃନ୍ଦା ବତୀ ମେହେର ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ବୁଝ ଉପରେ ନଳିତା ବିଡା ହୋଇ ପଡ଼ିଲା ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଦୁଃଖ ଜଣାଇ ଥିଲେ। ତେଣୁ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଉଭୟେ କ୍ଷତି ପୂରଣ ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରି ଥିବା ବେଳେ ଗ୍ରାମର ନିରଞ୍ଜନ ମେହେର, ରାଜୁ ସାହୁ, ଦୁବର୍ଣ ମେହେର ସାଙ୍ଗକୁ ଗ୍ରାମ ବାସୀ ମାନେ ମଧ୍ୟ ଆର୍ଥିକ ସହଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି।ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ।

Related Posts
1 of 26

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ