ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ।

0

ଗୋଲାମୁଣ୍ଡା/୨୩/୯/୨୫/(କୋଣାର୍କ ନିୟୁଜ 24)ଦଶପୁର ମେହେରପଡ଼ା ଜଗନ୍ନାଥ କ୍ଲବ ନିକଟରେ ଆଜି ଷ୍ଟ୍ରିଟ ଲାଇଟ ସ୍ପର୍ଶରେ ଆସି ଏକ ଜର୍ସି ଗାଈର ମୃତ୍ୟୁ ଘଟିଛି ।ଏହି ଘଟଣାଚକ୍ରଟି ହେଲା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିନରେ ଥିବା ଦଶପୁର ମେହେରପଡ଼ା ଜଗନ୍ନାଥ କ୍ଲବ ନିକଟରେ ଷ୍ଟ୍ରୀଟଲାଇଟରେ କିଛି ଦିନ ତଳେ ଲାଇନପାରକିଂ ହେଉ ଥିବା ନେଇ ପଞ୍ଚାୟତର ସରପଞ୍ଚ ରଞ୍ଜନ ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କର୍ଣ୍ଣ ଗୋଚର ହୋଇଥିଲା।ଏନେଇ ସରପଞ୍ଚ ବିଦ୍ୟୁତ୍ ବିଭାଗୀୟ କର୍ମ ଚାରି ମାନଙ୍କୁ ଡାକି ରିପାୟୀରିଂ କରାଇ ଥିଲେ। ହେଲେ ରିପ୍ୟାରିଂ କରିବାରେ କିଛି ତ୍ରୁଟି ଥିବାରୁ ଆଜି ମଙ୍ଗଳ ବାର ଦିନ ପ୍ରାୟ ନଅ ଘଣ୍ଟା ସମୟରେ ସେହି ଷ୍ଟ୍ରୀଟ ଲାଇଟ୍ ଖମ୍ବରେ ଗାଈଟି ଘଷି ହେବା ଦ୍ବାରା ଗାଈର ମୃତ ହୋଇ ଥିଲା ବୋଳି ସାଧାରଲୋକଙ୍କ ସନ୍ଦେହ ପ୍ରକାଶ ପାଇଛି। ପରେ ବିଦ୍ୟୁତ୍ ବିଭାଗୀୟ କର୍ମ ଚାରି ମାନେ ତଦନ୍ତ କଲାପରେ କେମିତି ଷ୍ଟ୍ରିଟ ଖମ୍ବରେ ଲାଇନ୍ ସ୍ପର୍ଶରେ ଗାଈର ମୃତ୍ୟୁ ହେଲା ବୋଲି ଗାଈ ମାଲିକ ସନ୍ତୋଷ ମେହେର ପିତା ଚକ୍ରଧର ମେହେର ଙ୍କୁ ପଚାରି ବୁଝିବାରୁ ସେ କହିଲେ ଯେ ସକାଳ ନଅ ଘଣ୍ଟା ସମୟରେ ମୃତ ଗାଈ ସହ ଆଉ କେତେକ ଗାଈ କୁ ନେଇ ବାହାର କୁ ନେଉ ଥିଲି ହେଲେ ଦୁଃର୍ଭାଗ୍ୟ ବଶତଃ ଉକ୍ତ ଗାଈଟି ଷ୍ଟ୍ରୀଟ ଲାଇନ ଖମ୍ବାରେ ଘଷି ହେବା ଦ୍ବାରା ତୁରନ୍ତ ଗାଈ ତଳେ ଟଳି ପଡ଼ିଗଲା ବୋଲି କହିଥିଲେ। ଏହି ଭଳି ଦୁଃଖଦ ଘଟଣା ସ୍ଥଳରେ ତୁରନ୍ତ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଆସି ତଦନ୍ତ ଜାରୀ ରଖି ଥିବା ବେଳେ ଗୋଲାମୁଣ୍ଡା ପ୍ରାଣୀ ସମ୍ପଦ ବିଭାଗ ଜିତେନ୍ଦ୍ର ମହାରଣା ଙ୍କୁ ଫୋନ ଯୋଗେ ଫାଣ୍ଡି ଅଧିକାରୀ ପଚାରି ବୁଝି ବିଦୁତ୍ ବିଭାଗୀୟ ଅଧିକାରୀ ଙ୍କୁ ମଧ୍ୟ ସୁଚନା ଜଣାଇ ଥିଲେ। ଗାଈ ମାଲିକ ସନ୍ତୋଷ ମେହେର ଜଣେ ଗରୀବ ଖଟିଖିଆ ପରିବାର ଅଟେ, ତାଙ୍କର ସ୍ତ୍ରୀ ସାଙ୍ଗକୁ ତିନି ଝିଅ ଓ ପୁଅ କୁ ନେଇ ଗାଈର କ୍ଷୀର ବିକ୍ରୟ କରି ପରିବାର ପ୍ରତି ପୋଷଣ କରି ଥିଲି ବୋଲି ପୋଲିସ ନିକଟରେ ଲିଖିତ ଗୁହାରି ଜଣାଇ ଥିଲେ।ପ୍ରାପ୍ତ ସୂଚନାରୁ କିଛି ଦିନ ପୁର୍ବରୁ ଗାଈ କୁ ୬୫, ହଜାର ଟଙ୍କା ଦେଇ କିଣି ଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଗାଈର ମୃତ୍ୟୁ ପରେ ଉକ୍ତ ସାହୁଙ୍କ ପତ୍ନୀ ବୃନ୍ଦା ବତୀ ମେହେର ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ବୁଝ ଉପରେ ନଳିତା ବିଡା ହୋଇ ପଡ଼ିଲା ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଦୁଃଖ ଜଣାଇ ଥିଲେ। ତେଣୁ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଉଭୟେ କ୍ଷତି ପୂରଣ ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରି ଥିବା ବେଳେ ଗ୍ରାମର ନିରଞ୍ଜନ ମେହେର, ରାଜୁ ସାହୁ, ଦୁବର୍ଣ ମେହେର ସାଙ୍ଗକୁ ଗ୍ରାମ ବାସୀ ମାନେ ମଧ୍ୟ ଆର୍ଥିକ ସହଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି।ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ।

Related Posts
1 of 30

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ