କବିସୂର୍ଯ୍ୟନଗର ରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ…

0

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ର ଶୀର୍ଷକ ଆଲୋଚନା ଚକ୍ରରେ ଜାତୀୟ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିବା ଆବଶ୍ୟକ ଏବଂ ସାମ୍ବାଦିକ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୋଜନା କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ସାମ୍ବାଦିକ। ଖବର ପ୍ରସାରଣ କ୍ଷେତ୍ରରେ ସବୁ କିଛି ବିଶ୍ଲେଷଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପୂର୍ବରୁ ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ତାହାକୁ ପ୍ରକାଶନ କରିବା ଆବଶ୍ୟକ । ସାମ୍ବାଦିକ କ୍ଷେତ୍ରରେ ସ୍ୱାଧୀନତା ଓ ମୁକ୍ତ ରହିଲେ ଗଣତନ୍ତ୍ର ସୁସ୍ଥ ରହିବା ସହ ସମାଜରେ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି କହିଥିଲେ ମଞ୍ଚାସିନ ଅତିଥି । ଏଥିରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସାମ୍ନାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ ବୀରେନ୍ଦ୍ର ଖଟେଇ, ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ସମ୍ପାଦକ ନିରଞ୍ଜନ ବିଶ୍ୱାଳ,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା, କାଉନଶୀଲର ମନୋରଞ୍ଜନ ମହାପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ, ଅଭିନେତା ଜୀବନ ପଣ୍ଡା ଯୋଗଦେଇ ସୁଚିନ୍ତିତ ମତାମତ ରଖିଥିଲେ । ବରିଷ୍ଠ ସାମ୍ବାଦିକ ନାରାୟଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି, ଉପସ୍ଥିତ ସାମ୍ବାଦିକ ଓ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସାମ୍ନାନୀତ କରାଯାଇଥିଲା ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ