ଡକ୍ଟର୍ସ ଫୋରମ୍,ବ୍ରହ୍ମପୁର ପକ୍ଷରୁ ବିଶ୍ୱ ମଧୁମେହ ଦିବସ – ୨୦୨୫ ପାଳନ*ରିପୋର୍ଟ.. ସିପ୍ରା ପଟନାୟକ

0

ସିପ୍ରା ପଟନାୟକ
୧୪/୧୧/୨୫ ତାରିଖ ଦିନ ସ୍ଥାନୀୟ ବାବାଜୀ ତୋଟାସାହିସ୍ଥିତ ହୋଟେଲ ଜେ.ବି.ପ୍ରାଙ୍ଗଣ ସମ୍ମିଳନୀ କକ୍ଷରେ *ଡକ୍ଟର୍ସ ଫୋରମ୍,ବ୍ରହ୍ମପୁର* ପକ୍ଷରୁ *ବିଶ୍ୱ ମଧୁମେହ ଦିବସ – ୨୦୨୫* ପାଳନ କରାଯାଇଥିଲା।
ଫୋରମ୍‌ର ସଭାପତି ଡା. ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଫେସର ଡା. ପ୍ରଫୁଲ ଚନ୍ଦ୍ର ସାହୁ ସ୍ମାରକୀ ଅଭିଭାଷଣର ପ୍ରଥମ ବକ୍ତା ଭାବରେ ବରିଷ୍ଠ ମଧୁମେହ ବିଶେଷଜ୍ଞ ଡାକ୍ଟର. ପ୍ରକାଶ ଚନ୍ଦ୍ର ପାତ୍ର ନିଜର ଦୀର୍ଘ ବର୍ଷର ଅନୁଭବ ଓ ଚିକିତ୍ସା ପ୍ରୟୋଗରୁ ଲଭ୍ୟ ମଧୁମେହ ନିରୋଧ ଓ ପ୍ରବନ୍ଧନ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ଟର.ବି.ଏନ. ଆର. ସୁବୁଦ୍ଧି, ଡା. କାଶୀନାଥ ସାହୁ, ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡା. ପ୍ରଫୁଲ୍ଲ କୁମାର ନାୟକ, ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଅସ୍ଥି ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଅବନୀ କାନ୍ତ ମିଶ୍ର, ସହିତ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଜୟକୃଷ୍ଣ ପଟ୍ଟନାୟକ ଆଦି ବିଶିଷ୍ଟ ଅତିଥିମାନେ ଉପସ୍ଥିତ ହୋଇ ନିଜ-ନିଜ ବକ୍ତବ୍ୟ ପ୍ରସ୍ତୁତ କରିଥିଲେ।

Related Posts
1 of 30

ପ୍ରଫେସର ଡା. ରାଜେନ୍ଦ୍ର ବେହେରା ଉଦ୍ଘାଟନୀ ସଂଗୀତ ପ୍ରସ୍ତୁତ କରି ଅନୁଷ୍ଠାନର ଆରମ୍ଭ କରାଇଥିଲେ।
ଫୋରମ୍‌ର ସମ୍ପାଦକ ଡା. ଅତୁଲ୍ୟ ପଟ୍ଟନାୟକ ମଧୁମେହ ସଚେତନତା ବିଷୟରେ ଉପସ୍ଥିତ ସମସ୍ତଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ମଧୁମେହ ବିଷୟକ ଏକ ତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଡାକ୍ଟର. ସଂସ୍କୃତି କୁମାରୀ ସାହୁ ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ସ୍ମୃତିରେ ତିଆରି ହୋଇଥିବା ଏକ ଛୋଟ ଚଳଚିତ୍ର ପ୍ରଦର୍ଶନ କରିଥିଲେ ଓ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

ଏହାପରେ ଏହି କାର୍ଯ୍ୟକ୍ରମ ର *ମୁଖ୍ୟବକ୍ତା ଡାକ୍ତର.ପ୍ରକାଶ ଚନ୍ଦ୍ର ପାତ୍ର* ଙ୍କୁ ଫୋରମ୍ ପକ୍ଷରୁ *ଡାକ୍ତର.ପ୍ରଫୁଲ୍ଲ ଚନ୍ଦ୍ର ସାହୁ ସ୍ମାରକୀ* ସମ୍ମାନ ମାନପତ୍ର ପ୍ରଦାନ କରାଯାଇଥିଲା ।

ସଭା ଶେଷରେ ଡାକ୍ଟର. ସମରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ୟକ୍ରମରେ ଡକ୍ଟର୍ସ ଫୋରମ୍‌ର ସଦସ୍ୟମାନଙ୍କ ସହ ସହରର ବିଭିନ୍ନ ଅନୁଷ୍ଠାନ ଯଥା ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାଖା ର ସଭାପତି ଡ୍ଡକ୍ଟର.ସୁବ୍ରତ କୁମାର ସାହୁ,ସାଧାରଣ ସମ୍ପାଦକ ଶ୍ରୀମାନ.ଦୀନବନ୍ଧୁ ଶ୍ରୀପଲଭ, ଅର୍ଜୁନ ହସ କ୍ଲବ ର ସଭାପତି ଶ୍ରୀମାନ ଶିମଞ୍ଚଳ ପ୍ରସାଦ ବିଷୋୟୀ, ବହୁମୁଖି ସମାଜ ମଙ୍ଗଳ ସାଂସ୍କୃତିକ କଳା କେନ୍ଦ୍ର ର ସାଧାରଣ ସମ୍ପାଦକ ଶ୍ରୀମାନ ଏମ.ଡି.ଆସଲମ୍,ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଡାକ୍ତର.ଇନ୍ଦୁଭୂଷଣ ପଟ୍ଟନାୟକ,ସମାଧାନ ସେବା ମଞ୍ଚ ସଭାପତି ଶ୍ରୀମାନ.ରାଜେନ୍ଦ୍ର ପୂଜାରୀ,ବ୍ରହ୍ମପୁର ହସ କ୍ଲବ ର ସଭାପତି ବରିଷ୍ଠ ଆଇନଜୀବୀ  ଶ୍ରୀମାନ.ବିଘ୍ନେଶ୍ୱର ପାଢ଼ୀ,ଗଞ୍ଜାମ ଜିଲ୍ଲା ଲେଖକ ସାମୁଖ୍ୟ ର ସଭାପତି ଶ୍ରୀମାନ. ହାଡିବନ୍ଧୁ ମାଳି ପ୍ରମୁଖ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ !

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ