ଡାକ୍ତର ନଥାଇ ଚାଲିଛି ବେଗୁନିଆପଡା ପଶୁଚିକିତ୍ସାଳୟ…

0

ବେଗୁନିଆପଡା (ସିପ୍ରା ପଟନାୟକ )ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ପଶୁଚିକିତ୍ସାଳୟରେ ଗୁରୁତର ଅନିୟମିତତା ଓ ଅବହେଳା ଘଟୁଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ଡ଼ା. ଭବାନୀ ଶଙ୍କର ତ୍ରିପାଠୀ, ବ୍ଲକ ପଶୁଚିକିତ୍ସା ଅଧିକାରୀ (BVO), ବେଗୁନିଆପଡାଙ୍କ ବିରୋଧରେ ଦେଖିବାକୁ ମିଳିଛି

ଖବର ଅନୁଯାୟୀ, ଡ଼ା. ତ୍ରିପାଠୀ ବ୍ରହ୍ମପୁର ରେ ରହୁଥିବା ବେଳେ ପ୍ରତି ପନ୍ଦରଦିନରେ ମାତ୍ର ଥରଟିଏ କୋଦଳା ଅଫିସ କୁ ଆସିଥାନ୍ତି। ଏହା ଫଳରେ ହସ୍ପିଟାଲ ପ୍ରାୟ ସବୁଦିନ ଶୂନ୍ୟ କାଳରେ ଚାଲିଥାଏ।

Related Posts
1 of 30

୧୩ ନଭେମ୍ବର ୨୦୨୫ ତାରିଖ ସକାଳ ୧୦.୩୦ରେ ଏକ ସାଧାରଣ ନାଗରିକ ଯେତେବେଳେ କୋଦଳା ପଶୁ ଚିକିତ୍ସାଳୟ ରେ ପହଞ୍ଚିଥିଲେ, ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ। ସେହିପରି ଦୁଇଜଣ ଚାଷୀ ପଶୁ ଚିକିତ୍ସା ପାଇଁ ଆସି ମଧ୍ୟ ନିରାଶରେ ଫେରିଯାଇଥିଲେ। ପଶୁ ଚିକିତ୍ସାଳୟ ରେ ହାରି ଗୁହାରି ବୁଝିବା ପାଇଁ କେହି ଵି ନଥିଲେ !

ଏହି BVO କୁଆଡେ ସରକାରଙ୍କୁ ହାଉସ ରେଣ୍ଟ ଅଲାଉନ୍ସ ଭୁଲ ଭାବେ ଦାବି କରୁଛନ୍ତି ବୋଲି ମଧ୍ୟ ସାଧାରଣ ରେ ଅଭିଯୋଗ ଆସିଛି। ଚାଷୀମାନଙ୍କ ଠାରୁ ସରକାରୀ ସବସିଡି ଯୋଜନା ପାଇଁ ଅବୈଧ ଟଙ୍କା ଚାହୁଁଛନ୍ତି ଓ ନିଜ ସ୍ୱାର୍ଥ ସମ୍ବନ୍ଧିତ ଏକ ଚେନ ବ୍ୟବସାୟରେ ଯୋଗ ଦେବାକୁ ଚାପ ପକାଉଛନ୍ତି ବୋଲି ଅଭିଯୋଗ ରହିଛି।

ସ୍ଥାନୀୟ ଚାଷୀ ଓ ଜନସାଧାରଣ ଉଚ୍ଚ ଅଧିକାରୀଙ୍କୁ ଏହାର ତତ୍କାଳ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି, ଯାଦ୍ୱାରା ବେଗୁନିଆପଡା ବ୍ଲକରେ ପଶୁଚିକିତ୍ସା ସେବା ସାଧାରଣ ଲୋକଙ୍କ ଆବଶ୍ୟକ ରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ପ୍ରକଟ କରାଯାଇଛି !

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ