ଡାକ୍ତର ନଥାଇ ଚାଲିଛି ବେଗୁନିଆପଡା ପଶୁଚିକିତ୍ସାଳୟ…
ବେଗୁନିଆପଡା (ସିପ୍ରା ପଟନାୟକ )ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ପଶୁଚିକିତ୍ସାଳୟରେ ଗୁରୁତର ଅନିୟମିତତା ଓ ଅବହେଳା ଘଟୁଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ଡ଼ା. ଭବାନୀ ଶଙ୍କର ତ୍ରିପାଠୀ, ବ୍ଲକ ପଶୁଚିକିତ୍ସା ଅଧିକାରୀ (BVO), ବେଗୁନିଆପଡାଙ୍କ ବିରୋଧରେ ଦେଖିବାକୁ ମିଳିଛି
ଖବର ଅନୁଯାୟୀ, ଡ଼ା. ତ୍ରିପାଠୀ ବ୍ରହ୍ମପୁର ରେ ରହୁଥିବା ବେଳେ ପ୍ରତି ପନ୍ଦରଦିନରେ ମାତ୍ର ଥରଟିଏ କୋଦଳା ଅଫିସ କୁ ଆସିଥାନ୍ତି। ଏହା ଫଳରେ ହସ୍ପିଟାଲ ପ୍ରାୟ ସବୁଦିନ ଶୂନ୍ୟ କାଳରେ ଚାଲିଥାଏ।
୧୩ ନଭେମ୍ବର ୨୦୨୫ ତାରିଖ ସକାଳ ୧୦.୩୦ରେ ଏକ ସାଧାରଣ ନାଗରିକ ଯେତେବେଳେ କୋଦଳା ପଶୁ ଚିକିତ୍ସାଳୟ ରେ ପହଞ୍ଚିଥିଲେ, ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ। ସେହିପରି ଦୁଇଜଣ ଚାଷୀ ପଶୁ ଚିକିତ୍ସା ପାଇଁ ଆସି ମଧ୍ୟ ନିରାଶରେ ଫେରିଯାଇଥିଲେ। ପଶୁ ଚିକିତ୍ସାଳୟ ରେ ହାରି ଗୁହାରି ବୁଝିବା ପାଇଁ କେହି ଵି ନଥିଲେ !
ଏହି BVO କୁଆଡେ ସରକାରଙ୍କୁ ହାଉସ ରେଣ୍ଟ ଅଲାଉନ୍ସ ଭୁଲ ଭାବେ ଦାବି କରୁଛନ୍ତି ବୋଲି ମଧ୍ୟ ସାଧାରଣ ରେ ଅଭିଯୋଗ ଆସିଛି। ଚାଷୀମାନଙ୍କ ଠାରୁ ସରକାରୀ ସବସିଡି ଯୋଜନା ପାଇଁ ଅବୈଧ ଟଙ୍କା ଚାହୁଁଛନ୍ତି ଓ ନିଜ ସ୍ୱାର୍ଥ ସମ୍ବନ୍ଧିତ ଏକ ଚେନ ବ୍ୟବସାୟରେ ଯୋଗ ଦେବାକୁ ଚାପ ପକାଉଛନ୍ତି ବୋଲି ଅଭିଯୋଗ ରହିଛି।
ସ୍ଥାନୀୟ ଚାଷୀ ଓ ଜନସାଧାରଣ ଉଚ୍ଚ ଅଧିକାରୀଙ୍କୁ ଏହାର ତତ୍କାଳ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି, ଯାଦ୍ୱାରା ବେଗୁନିଆପଡା ବ୍ଲକରେ ପଶୁଚିକିତ୍ସା ସେବା ସାଧାରଣ ଲୋକଙ୍କ ଆବଶ୍ୟକ ରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ପ୍ରକଟ କରାଯାଇଛି !