ମରଣ ଯନ୍ତା ପାଲଟିଛି ଲଛିପୁର ଠାରୁ ଗୋପାଳପୁର ରାସ୍ତା..

0

ବେଗୁନିଆପଡା 12/11/25
(ସିପ୍ରା ପଟନାୟକ ) ଅଭିଯୋଗ ଶୁଣାଣିରେ ଦାବିପତ୍ର
ବିପଦ ସଂକୁଳ ଅବସ୍ଥାରେ ଦୁଇଟି ପୋଲ। ପାଞ୍ଚ ବର୍ଷ ସରିଲାଣି କିନ୍ତୁ ମରାମତି ନାହିଁ।
ଗତ ସୋମବାର ଦିନ ତାଳସର ପଂଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଲଛିପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତାର ଉର୍ନତି କରଣ ପାଇଁ ଅଭିଯୋଗ ଆସିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଞ୍ଚାୟତର ଲଛିପୁର ଠାରୁ ତାଳସର ପଞ୍ଚାୟତର ଗୋପାଳପୁର ପର୍ଯ୍ୟନ୍ତ ଦୀର୍ଘ ୩ କିମି ୬୦୦ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେବା ପାଇଁ ୧କୋଟି ୨୩ଲକ୍ଷ ୭୦ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ଏହି କାର୍ଯ୍ୟ ୦୪/୦୬/୨୦୧୮ ରେ ଆରମ୍ଭ ହୋଇ ୦୩/୦୩/୨୦୧୯ ରେ ସରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ଥିଲା। ଏହା ସହିତ ଏହାର ରକ୍ଷଣା ବେକ୍ଷଣ ପାଇଁ ୧୧ ଲକ୍ଷ ୩୯ ହଜାର ଟଙ୍କା ଅନୁଦାନ ଥିଲା । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଫଳକ ଅନୁସାରେ ଦର୍ଶାଯାଇଥିଲେ ବି ଏହି ରାସ୍ତାରେ ଥିବା ଦୁଇଟି ବ୍ରିଜ କାମ ସରିବା ତ ଦୂରର କଥା ବରଂ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନି । ଖାଲି ସେତିକି ନୁହେଁ ୩ ବର୍ଷ ପୂର୍ବେ ଏହି ପୋଲ ନିର୍ମାଣ ପାଇଁ ପୋଲକୁ ଅଧା କଟାଯାଇ କାମ କରାଯିବା ପାଇଁ ପ୍ରସ୍ତୁତି କରାଯାଇଥିଲେ ବି କିଛି ଦିନ ପରେ ଆଉ କାମ କରାନଯାଇ ନଥିଲା ଫଳରେ ବ୍ରିଜ ଟି ଦୁର୍ବଳ ହୋଇ ରହିଯାଇଥିଲା। ଏହି ବ୍ରିଜ ଉପରେ ଆଖୁ ଟ୍ରକ, ଯାତ୍ରୀବାହି ବସ, ଅନ୍ୟାନ୍ୟ ମାଲ ବୋଝେଇ ଗାଡି ସାଙ୍ଗକୁ ଶହ ଶହ ଗାଡି ଦୈନିକ ବିପଦ ସଂକୁଳ ଭାବରେ ଗତି କରୁଥିଲେ ବି ଏହା ଉପରେ କାହାର ନିଘା ନାହିଁ । ମୋଟ ଉପରେ କାମ ଶେଷ ତାରିଖ ଫଳକରେ ସୀମିତ ସିନା ପ୍ରକୃତରେ ଏହି ପୋଲ କାର୍ଯ୍ୟ ଆରମ୍ଭ ହୋଇନି। ସେପଟେ ଏହି କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ସମୟ ସୀମା ଶେଷ ହୋଇଯାଇ ଥିଲେ ଵି ଏହାର ରକ୍ଷଣା ବେକ୍ଷଣ କାମ ହୋଇନାହିଁ । ତା ଛଡା ଏହି ରାସ୍ତା ଅବସ୍ଥା ବର୍ତମାନ ଏତେ କଦର୍ଯ୍ୟ ଯେ ଯାତ୍ରୀ ଏହି ରାସ୍ତାରେ ଯିବା ପାଇଁ ଆଦୌ ସୁରକ୍ଷିତ ମଣୁ ନାହାନ୍ତି। ରାସ୍ତାରେ ଖାଲ ଖଣ। ହୋଇଥିବା ବେଳେ ବହୁତ ସ୍ଥାନରେ ମେଣ୍ଟାଲ ଉଠିଗଲାଣି। ଅପର ପକ୍ଷରେ ଏତେ ଟଙ୍କାରେ ନିର୍ମିତ ରାସ୍ତା ବର୍ତମାନ ଶୋଚନୀୟ ହୋଇପଡିଥିବା ବେଳେ ରକ୍ଷଣା ବେକ୍ଷଣ ଅର୍ଥ କୁଆଡେ ଗଲା ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ କାହିଁକି ହୋଇନି ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ବିପଦ ସଂକୁଳ ଅବସ୍ଥାରେ ଥିବା ପୋଲ କୌଣସି ଦିନ ଭୁଶୁଡି ଜୀବନ ଚାଲିଯିବ ତାହା ସମୟ କହିବ। ସମ୍ପୃକ୍ତ ବିଭାଗ ଏହା ଉପରେ ତଦନ୍ତ କରି ପୋଲ କାମ ତୁରନ୍ତ ଆରମ୍ଭ କରିବା ସହ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା କହିଛନ୍ତି କି ମୁଁ କମ ଦିନ ହେଲା ଦାୟିତ୍ୱ ନେଇଛି, ଅଭିଯୋଗ ଶୁଣାଣି ରେ ହାର୍ଡ କପି ପାଇଛି, ଅନ ଲାଇନରେ କପି ଆସିନାହିଁ ତଥାପି କଣ ହୋଇଛି ଏବଂ କିପରି ଶୀଘ୍ର ମରାମତି ହୋଇପାରିବ ମୁଁ ଦେଖୁଛି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ