ମୋନ୍ଥା ରେ ଚାଷୀ ଆଖିରେ ଲୁହ ଗଡାଉଛି, ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି।

0

ଗୋଲାମୁଣ୍ଡା/୩୦/୧୦/୨୫/ଆନ୍ଦ୍ରପ୍ରଦେଶରୁ କାକିନାଡ ଦେଇ ଓଡ଼ିଶା ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି ରଖି ଥିଲେ , ବାତ୍ୟା ଗତ ୨୮ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ତାଣ୍ଡବ୍ୟ ରଚିବ ବୋଲି ଘୋଷଣା ହୋଇ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଓ ବ୍ଲକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇ ଥିଲା, ହେଲେ ବର୍ଷା ଓ ପବନରେ ଅଧିକାଂଶ ସ୍ଥାନରେ ଧାନ, କପା ଫସଲ ନଷ୍ଟ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି, ବର୍ଷା ଓ ପବନରେ ଧାନ ଶୋଇ ପଡି ଥିବା ବେଳେ କେତେକ ସ୍ଥାନରେ ଧାନ ପାଣିରେ ବୁଡି ରହିଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ୨୮ଗୋଟି ପଂଚାୟତ ଥିବା ବେଳେ ବିଡ଼ିଓ ତ୍ରିପୁରା ମହାନନ୍ଦ ଏବଂ ତହସିଲଦାର ଚନ୍ଦନ କୁମାର ନାଏକ ତଦନ୍ତ ଜାରି ରଖି ଥିବା ବେଳେ ଘନ ଘନ ତଦନ୍ତ କରିବା ପାଇଁ ରାଜସ୍ୱ ନିରୀକ୍ଷକ ମାନଙ୍କୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀ ମାନଙ୍କ ରିପୋର୍ଟ ପ୍ରଦାନ କରିବାକୁ ତାଗିତ କରିଥିଲେ, ଗୋଲାମୁଣ୍ଡା ବ୍ଲକରେ ବର୍ତ୍ତମାନ ଚାଷୀ ଅମଳ କରିବା ସମୟରେ ମେନ୍ଥା ର ପ୍ରକୋପରେ ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଛି, ଚଳିତ ବର୍ଷରେ ପୁଣି ସାର ଅଭାବ ଥିଲା ବେଳେ ଚାଷୀ ଧାରକରଜ କରି ଚାଷ ଉତ୍ପନ୍ନ କରି ଥିଲେ, ହେଲେ ଦୁର୍ଭାଗ୍ୟ ବଶତଃ ଯେ ଅମଲ ବେଳେ ଚାଷୀ ଙ୍କ ଆଖିରେ ଲୁହ ଗଡାଉଛି,ତେଣୁ ରାଜ୍ଯ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ ତଦନ୍ତ କରି ଚାଷୀ ମାନଙ୍କ ଜମିରେ ହୋଇ ଥିବା କ୍ଷୟକ୍ଷତି ଆକଳନ ଅନୁସାରେ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ଚାଷି ମହଲରେ ଦାବି କରିଛନ୍ତି,
କଳାହାଣ୍ଡି ଜିଲ୍ଲା ରୁ ପ୍ରଭାକର ବଗର୍ତ୍ତୀ କୋଣାର୍କ ନିୟୁଜ 24

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ