ମୋନ୍ଥା ରେ ଚାଷୀ ଆଖିରେ ଲୁହ ଗଡାଉଛି, ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି।

0

ଗୋଲାମୁଣ୍ଡା/୩୦/୧୦/୨୫/ଆନ୍ଦ୍ରପ୍ରଦେଶରୁ କାକିନାଡ ଦେଇ ଓଡ଼ିଶା ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି ରଖି ଥିଲେ , ବାତ୍ୟା ଗତ ୨୮ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ତାଣ୍ଡବ୍ୟ ରଚିବ ବୋଲି ଘୋଷଣା ହୋଇ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଓ ବ୍ଲକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇ ଥିଲା, ହେଲେ ବର୍ଷା ଓ ପବନରେ ଅଧିକାଂଶ ସ୍ଥାନରେ ଧାନ, କପା ଫସଲ ନଷ୍ଟ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି, ବର୍ଷା ଓ ପବନରେ ଧାନ ଶୋଇ ପଡି ଥିବା ବେଳେ କେତେକ ସ୍ଥାନରେ ଧାନ ପାଣିରେ ବୁଡି ରହିଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ୨୮ଗୋଟି ପଂଚାୟତ ଥିବା ବେଳେ ବିଡ଼ିଓ ତ୍ରିପୁରା ମହାନନ୍ଦ ଏବଂ ତହସିଲଦାର ଚନ୍ଦନ କୁମାର ନାଏକ ତଦନ୍ତ ଜାରି ରଖି ଥିବା ବେଳେ ଘନ ଘନ ତଦନ୍ତ କରିବା ପାଇଁ ରାଜସ୍ୱ ନିରୀକ୍ଷକ ମାନଙ୍କୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀ ମାନଙ୍କ ରିପୋର୍ଟ ପ୍ରଦାନ କରିବାକୁ ତାଗିତ କରିଥିଲେ, ଗୋଲାମୁଣ୍ଡା ବ୍ଲକରେ ବର୍ତ୍ତମାନ ଚାଷୀ ଅମଳ କରିବା ସମୟରେ ମେନ୍ଥା ର ପ୍ରକୋପରେ ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଛି, ଚଳିତ ବର୍ଷରେ ପୁଣି ସାର ଅଭାବ ଥିଲା ବେଳେ ଚାଷୀ ଧାରକରଜ କରି ଚାଷ ଉତ୍ପନ୍ନ କରି ଥିଲେ, ହେଲେ ଦୁର୍ଭାଗ୍ୟ ବଶତଃ ଯେ ଅମଲ ବେଳେ ଚାଷୀ ଙ୍କ ଆଖିରେ ଲୁହ ଗଡାଉଛି,ତେଣୁ ରାଜ୍ଯ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ ତଦନ୍ତ କରି ଚାଷୀ ମାନଙ୍କ ଜମିରେ ହୋଇ ଥିବା କ୍ଷୟକ୍ଷତି ଆକଳନ ଅନୁସାରେ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ଚାଷି ମହଲରେ ଦାବି କରିଛନ୍ତି,
କଳାହାଣ୍ଡି ଜିଲ୍ଲା ରୁ ପ୍ରଭାକର ବଗର୍ତ୍ତୀ କୋଣାର୍କ ନିୟୁଜ 24

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ