ସାମାଜିକ ବାସନ୍ଦର କରୁଣ ପରିଣତି: ମୃତ୍ୟୁ ଶବ କୁ ମିଳିଲା ନାହିଁ କାନ୍ଧ _ ସମ୍ପର୍କୀୟ ଯୁବତୀ କାନ୍ଧରେ ବୋହି କଲେ ଶବ ସତ୍କାର।

0

ଜୟପାଟଣା _(ଦିବ୍ୟ ନାଗ)ସାମାଜିକ ବାସନ୍ଦର କରୁଣ ଚିତ୍ର : ସମ୍ପର୍କିୟ କି ଜାତି ଭାଇ ଆସିଲେ ନାହିଁ,ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହା ହୋଇଗଲା ଶବ । ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଶବକୁ କାନ୍ଧ ଦେବାକୁ କେହି ସମ୍ପର୍କିୟ କି ପଡୋଶୀ କେହି ଆସିଲେ ନାହିଁ।ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ଶବକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ମଶାଣୀକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ସୃଷ୍ଟି କରିଛନ୍ତି ଉଦାହରଣ। ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ା ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ତାଙ୍କ ବାପା ମାଆଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେତେବେଳେ ମଧ୍ୟ ଶବ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଥିଲା।ସକାଳ ୮ଟାରେ ମୃତ୍ୟୁ ପରେ ତାଙ୍କ ବଡ଼ବାପା ଓ ଅନ୍ୟମାନେ ଶବ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହି ବାହାରିନଥିଲେ।ଶେଷରେ ତିନି ଯୁବତୀ କାନ୍ଧ ଦେଇଥିବା ଦୃଶ୍ୟ ମାନବିକତାକୁ ବିଚଳିତ କରୁଛି।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ