ଓ ପି ଏସ ସି ପରୀକ୍ଷାରେ ଶୈଳେଶ ଭୋଇଙ୍କ କୃତକାର୍ଯ୍ୟରେ ବାପା ମାଆ ଙ୍କ ଖୁସିର ଲହରୀ।

0

ଧର୍ମଗଡ/୨୭/୯/୨୫/ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେକୃତକାଭର୍ଯ୍ଯ ରେ ସଫଳତା ହାସଲ କରିଥିବା ଶୈଳେଶ ଭୋଇ ଙ୍କ ପାଇଁ ତାଙ୍କ ମାଆ ବାପା ଙ୍କ ସହ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମର ନୀରଜନ ଭୋଇ ଓ ମାଁ ଗୀତାଞ୍ଜଳି ଭୋଇ ଙ୍କ ଦୁଇଟି ପୁତ୍ର ଥିବା ବେଳେ ପ୍ରଥମ ପୁତ୍ର ଶୈଳେଶ କୁମାର ଭୋଇ ଓ ଦିତୀୟ ପତ୍ର ତାପସ ରଂଜନ ଭୋଇ, ଶୈଳେଶ କୁମାର ଭୋଇ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସପ୍ତମ ସ୍ଥାନରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି, ଶ୍ରୀ ଭୋଇ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଥିଲେ, ଛାତ୍ର ଜୀବନରେ ହିଁ ସେ ପ୍ରଶାସନିକ ସେବା ପାଇଁ ଆଗ୍ରହୀ ଥିଲେ, ହେଲେ ପ୍ରଥମେ ସେ ୨୦୨୧ମସିହାରେ କାନାଡା ବ୍ୟାଙ୍କ କର୍ଣ୍ଣାଟକ ରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାକିରି କରି ଥିଲେ, କିନ୍ତୁ ତାଙ୍କର ଅଧିକ ଇଚ୍ଛା ଥିଲା ଓ ପିଏସ ସି ପରୀକ୍ଷା ପାଇଁ ପ୍ରସ୍ତୁତ ଚଳାଇବା ପାଇଁ ସେହି ଚାକିରି ଛାଡ଼ି ଥିଲେ, କୌଣସି କୋଚିଙ୍ଗ ନ ନେଇ ଘରେ ରହି ଡିଜିଟାଲ ମିଡ଼ିଆର ସହାୟତାରେ ସେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହି ସଫଳତା ହାସଲ କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ତଥା ଫୁଣ୍ଡା ଗ୍ରାମର ମାଟି ନା ରଖି ଥିବାରୁ ଅଞ୍ଚଳ ବାସୀ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ ଜଣାଇ ଛନ୍ତି, ଏ ଭଳି କି ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଦଶପୁର ସରପଞ୍ଚ ରଞ୍ଜନ ସାହୁ, ଫୁ ଫୁଣ୍ଡା ସରପଞ୍ଚ ଧନୁ ସାହୁ, ଫରଙ୍ଗପଂଚାୟତ ରୁ ପୂର୍ଣ୍ଣ ଚନ୍ଦ୍ର ଭୋଇ,ହିମାଂଶୁ ଭୋଇ ପ୍ରମୁଖ ଶୁଭେଛା ଜ୍ଞାପନ ଜଣାଇ ଛନ୍ତି,ତାଙ୍କର ଜନ୍ମଗତ ୨୫/୫/୨୦୦୦ମସିହାରେ ଜନ୍ମ ଗ୍ରହଣ କରିଥିଲେ ଫୁଣ୍ଡା ଗ୍ରାମର ଭୋଇ ପରିବାରରେ , ହେଲେ ବର୍ତ୍ତମାନ ଧର୍ମଗଡ ଅରବିନ୍ଦ ପଡ଼ାରେ ବାପା ମାଆ ଛୋଟ ଭାଇଙ୍କ ସହ ବସବାସ କରୁଥିବାର ଦେଖିବାକୁ ମିଳିଛି, ତାଙ୍କର ବାପା ନିରଞ୍ଜନ ଭୋଇ ଜଣେ ପ୍ରଧାନ ଶିକ୍ଷକ ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚପ୍ରିୟା ରେ କାର୍ଯ୍ୟ ରତ ଓ ମାଆ ଗୃହିଣୀ ଥିବା ବେଳେ ଛୋଟ ଭାଇ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ