ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନେଇ ଏମିତି କହିଲେ ଅରୁଣ ସାହୁ ଅକଳରେ ସରକାର ଲୋକଙ୍କ ଚାପରେ ବାଧ୍ୟହେଲେ ଗିରଫ କରିବାକୁ

0

କୋଣାର୍କ ନ୍ୟୁଜ24 ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ପ୍ରସଙ୍ଗରେ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ଗତକାଲି ସନ୍ଧ୍ୟାରେ ଓଡିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପ ରେ ସରକାର ଚେପା ହେଲେ। ଜଣେ ଅଭିଯୁକ୍ତକୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇ ବାକୁ ପଡିଲା। ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ଓ ତାଙ୍କ ସଭାପତିଙ୍କ ସହିତ ଆଲୋଚନା କଲେ। କିନ୍ତୁ ଗିରଫ୍ ହେଲେନି। ତାପରେ ନିଜ ଇଚ୍ଛା ରେ ଆସି ଆତ୍ମସମର୍ପଣ କଲେ। ସରେଣ୍ଡର ପୂର୍ବରୁ ଜଗା ପ୍ରଧାନ ମିଡିଆକୁ ବିବୃତି ଦେଉଛନ୍ତି ଆଉ ପୋଲିସ ଦେଖୁଛି। ସତେ ଯେମିତି ସେ ଜଣେ ସ୍ଵାଧୀନତା ସଂଗ୍ରାମୀ। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ୍ଟା କେଓଁଠି। ରାଜ୍ୟ ସରକାର ନୂଆ ଟ୍ରେଣ୍ଡ ସୃଷ୍ଟି କଲେ। ଏହା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ର ବଡ ଲକ୍ଷଣ। ଦଳ ତାଙ୍କୁ ନିଲମ୍ବନ ନକଲେ ଲୋକ ହସା ହେବେ। ଲୋକଙ୍କ ଓ ଅଫିସରମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ। ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବା ସମ୍ଭାବନା ରହିଛଇ। ଯଦି ଏକଥା କରିବେ ଲୋକେ ସରକାରଙ୍କୁ କ୍ଷମା ଦେବେନି।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ