ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନେଇ ଏମିତି କହିଲେ ଅରୁଣ ସାହୁ ଅକଳରେ ସରକାର ଲୋକଙ୍କ ଚାପରେ ବାଧ୍ୟହେଲେ ଗିରଫ କରିବାକୁ

0

କୋଣାର୍କ ନ୍ୟୁଜ24 ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ପ୍ରସଙ୍ଗରେ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ଗତକାଲି ସନ୍ଧ୍ୟାରେ ଓଡିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପ ରେ ସରକାର ଚେପା ହେଲେ। ଜଣେ ଅଭିଯୁକ୍ତକୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇ ବାକୁ ପଡିଲା। ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ଓ ତାଙ୍କ ସଭାପତିଙ୍କ ସହିତ ଆଲୋଚନା କଲେ। କିନ୍ତୁ ଗିରଫ୍ ହେଲେନି। ତାପରେ ନିଜ ଇଚ୍ଛା ରେ ଆସି ଆତ୍ମସମର୍ପଣ କଲେ। ସରେଣ୍ଡର ପୂର୍ବରୁ ଜଗା ପ୍ରଧାନ ମିଡିଆକୁ ବିବୃତି ଦେଉଛନ୍ତି ଆଉ ପୋଲିସ ଦେଖୁଛି। ସତେ ଯେମିତି ସେ ଜଣେ ସ୍ଵାଧୀନତା ସଂଗ୍ରାମୀ। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ୍ଟା କେଓଁଠି। ରାଜ୍ୟ ସରକାର ନୂଆ ଟ୍ରେଣ୍ଡ ସୃଷ୍ଟି କଲେ। ଏହା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ର ବଡ ଲକ୍ଷଣ। ଦଳ ତାଙ୍କୁ ନିଲମ୍ବନ ନକଲେ ଲୋକ ହସା ହେବେ। ଲୋକଙ୍କ ଓ ଅଫିସରମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ। ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବା ସମ୍ଭାବନା ରହିଛଇ। ଯଦି ଏକଥା କରିବେ ଲୋକେ ସରକାରଙ୍କୁ କ୍ଷମା ଦେବେନି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ