ଥାନା ଅଧିକାରୀ ଙ୍କ ମହାନତା ।

0

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଦୁଇ ପ୍ରେମୀ ଯୁଗଳ ରିତୁ ସାମଲ ଓ ରିନୁ ମଲିକ ଦୁହିଁଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା କିନ୍ତୁ ବାପା ମା” ଙ୍କ ଭୟରେ ଘର ଛାଡ଼ି ବାହାରକୁ ଚାଲିଯିବା ର ଯୋଜନା ଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା କରି ଜାଣିବାକୁ ପାଇଲେ ଦୁହିଁଙ୍କ ଘର ଚଣ୍ଡିତଳ ଗ୍ରାମର, ଏଣୁ ସଙ୍ଗେ ସଙ୍ଗେ ଉଭୟଙ୍କ ପିତାମାତାଙ୍କୁ ଥାନାକୁ ଡକାଇ ବୁଝାସୁଝା କରି ଉଭୟଙ୍କ ସହମତି କ୍ରମେ ବିବାହ ସମସ୍ତ ଖର୍ଚ୍ଚ ନିଜେ ବହନ କରି ଥାନା ପରିସର ମଧ୍ୟରେ ପ୍ରେମୀ ଯୁଗଳ ଙ୍କୁ ବିବାହ ସମ୍ପନ୍ନକରାଇଥିଲେ, ଦୁଇ ପ୍ରେମୀ ଯୁଗଳଙ୍କୁ ଆଶୀର୍ବାଦ ଦେବା ସହ ଉଜୁଡ଼ି ଯାଉଥିବା ଦୁହି ପରିବାର ମଧ୍ୟରେ ସୁ ସଂପର୍କ ଗଢିତୋଳିବାରେ ସହାୟକ ହୋଇଥିଲେ,ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ଏତାଦୃଶ ମହନୀୟ କାର୍ଯ୍ୟ ପାଇଁ ସମସ୍ତ ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ବଡ଼ଚଣା ରୁ ଅମୃତ କୁମାର ଦାସ ଙ୍କ ରିପୋର୍ଟ Konark News 24 ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ