ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ ଗିରଫ

0

ଜୟପାଟଣା-(ଦିବ୍ୟ ନାଗ) ମାଓବାଦୀଙ୍କ ନାମରେ ଚିଠି ଦେଇ ବ୍ୟବସାୟୀ ବାପାଙ୍କୁ ଚାନ୍ଦା ମାଗିଥିଲେ ପୁଅ । ଲକ୍ଷେ କି ୨ ଲକ୍ଷ ନୁହେଁ, ପୂରା ୩୫ ଲକ୍ଷ। ଏବେ ଧରାପଡ଼ି ଜେଲ୍ ଯାଇଛନ୍ତି। ଏହି ଖବର କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲା ନର୍ଲା ଥାନା ରୁପ୍ରାରୋଡ଼ ବାସିନ୍ଦା ଦୀନେଶ ଅଗ୍ରୱାଲ। ତାଙ୍କର ଏକମାତ୍ର ପୁଅ ଅଙ୍କୁଶ (୨୪)। ବାପାଙ୍କଠାରୁ ଟଙ୍କା ଝଡ଼େଇବା ପାଇଁ ସେ ସୁଚିନ୍ତିତ ଉପାୟ ବାହାର କରିଥିଲେ। ଗତ ୫ ତାରିଖରେ ମାଓବାଦୀଙ୍କ ନାମରେ ଏକ ଚିଠି ଲେଖି ଅଙ୍କୁଶ ନିଜ ଇ ନୋଭା ଗାଡ଼ିରେ ରଖି ଦେଇଥିଲେ। ‘ଶୀଘ୍ର ୩୫ ଲକ୍ଷ ଟଙ୍କା ଦିଅ; ନଚେତ ତୁମ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବୁ’ ବୋଲି ଚିଠିରେ ଲେଖା ହୋଇଥିଲା। ଚିଠି ପାଇବା ପରେ ଦୀନେଶ ଓ ପରିବାର ଲୋ କେ ଭୟଭୀତ ହୋଇଯାଇଥିଲେ । ଦୀନେଶ ତୁରନ୍ତ ମାଓବାଦୀଙ୍କ ଚିଠି ଓ ଚାନ୍ଦା ସଂପର୍କରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବିଜୟ ମାଝୀ ଘଟଣାର ତଦନ୍ତ କରିଥିଲେ । ଚାନ୍ଦା ମାଗିବା ଓ ଚିଠିକୁ ଗାଡ଼ିରେ ଛାଡ଼ିବା ଆଉ କେହି ନୁହେଁ; ଖୋଦ୍ ଅଭିଯୋଗକାରୀଙ୍କ ପୁଅ ଅଙ୍କୁଶ ରହିଥ‌ିବା ପୁଲିସ ଜାଣିବାକୁ ପାଇଥିଲା। ଅଙ୍କୁଶଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୁଲିସ ମଙ୍ଗଳବାର ତାଙ୍କୁ ଗିରଫ କରିବା ସହ ମ.ରାମପୁର କୋର୍ଟକୁ ଚାଲାଣ କରିଛି। ଅଭିଯୋଗକାରୀ ଦୀନେଶ ଅଗ୍ରୱାଲ ଅଞ୍ଚଳର ଜଣେ ଜଣାଶୁଣା ଠିକାଦାର। କଳାହାଣ୍ଡି ଜିଲାରେ ‘ବସୁଧା ଯୋଜନାରେ ସେ ବହୁସଂଖ୍ୟକ ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଓ ନଳକୂପ ଖନନ କରିଛନ୍ତି। ପୁଅ ଅଙ୍କୁଶ ଗିରଫ ହେବା ପରେ ତାଙ୍କ ପ୍ରତି ବାପା ତଥା ପରିବାର ବର୍ଗଙ୍କ ଅଙ୍କୁଶ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ