ହାତଗୋଡ଼ ବାନ୍ଧିଲେ ହେଲେ ଲୁଟିପାରିଲେ ନାହିଁ

0

ବିଳମ୍ବିତ ରାତିରେ ପଶିଲେ, ୨ ନାଇଟ ୱାଚମ୍ୟାନଙ୍କୁ ଶୋଇଥିବା ଅବସ୍ଥାରେ ସେମାନଙ୍କ ପିନ୍ଧା ସାର୍ଟ ଖୋଲି ସେହିଥିରେ ବାନ୍ଧିବା ସହିତ ସେଲଟ୍ୟାପ ମାରିଲେ, ହେଲେ ଲୁଟି ନ ପାରି ଚାଲିଗଲେ ଲୁଟେରା। ହାତରେ ତେଲେଙ୍ଗା କଟୁରୀ ଏବଂ ମରଣାସ୍ତ୍ର ଧରି ପଶିଥିଲେ ସୁଦ୍ଧା ଫେଲ ମାରିଲେ ଲୁଟିବାରେ। ଯାହାର ପୁରା କାରନାମା କଏଦ ହୋଇଛି ସିସିଟିଭିରେ। ଖୁଣ୍ଟା ଥାନା ଟିଟିଆ ଓଡିଶା ଆଦର୍ଶ ବିଦ୍ୟାଳୟରେ। ବିଳମ୍ବିତ ରାତିରେ ୮ ଜଣ ଲୁଟେରା ବିଦ୍ୟାଳୟ ପଛପାଖ ଗେଟ ତାଲା ଭାଙ୍ଗି ମୁହଁରେ ରୁମାଲ ବାନ୍ଧି ହାତରେ ତେଲେଙ୍ଗା କଟୁରୀ ଏବଂ ଅନ୍ୟ ମରଣାସ୍ତ୍ର ଧରି ବିଦ୍ୟାଳୟ ହତା ଭିତରକୁ ପଶିଥିଲେ ଏବଂ ପ୍ରଥମେ ଶୋଇଥିବା ୨ ଜଣ ୱାଚମ୍ୟାନଙ୍କ ହାତ ଏବଂ ଗୋଡ଼ରେ ସେଲୋଟେପ ବାନ୍ଧିବା ସହିତ ପିନ୍ଧା ଲୁଗାକୁ ତାଙ୍କ ମୁହଁରେ ବାନ୍ଧିଥିଲେ। ଏହା ସହିତ ଭୁଜାଲି ଦେଖାଇ ଭୟଭୀତ କରି ବିଦ୍ୟାଳୟ ଚାବି ନେବା ସହିତ ସୋଲାର ବ୍ୟାଟେରୀ ମାଗୁଥିଲେ। ୨ ଜଣ ୱାଚମ୍ୟାନଙ୍କୁ ବାନ୍ଧିବା ପରେ ଲୁଟେରାମାନେ ଲୁଟ କରିବାକୁ ବିଦ୍ୟାଳୟ ଭିତରକୁ ପଶିଥିଲେ, ହେଲେ ଜଣେ ୱାଚମ୍ୟାନ କୌଶଳକ୍ରମେ ଖସି ଘଟଣାବାବଦରେ ହଷ୍ଟେଲ ୱାର୍ଡେନ ଙ୍କୁ ଜଣାଇବା ପରେ ଲୁଟେରାମାନେ ଧରା ପଡିବା ଭୟରେ ଖସି ଚାଲିଯାଇଥିଲେ। ହେଲେ ଲୁଟେରାମାନେ କିଛି ଲୁଟ କରି ପାରି ନ ଥିବା ଜଣାଯାଇଛି।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ