ବିଦ୍ୟୁତ ସଂସ୍ପର୍ଶ ରେ ଆସି ଯୁବତୀ ମୃତ

0

ଧର୍ମଗଡ, ୧୮/o୮ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ଉକ୍ତ ଗାଁ ର କେଶରାମ ନାଏକ ଙ୍କ କନିଷ୍ଠ ଝିଅ ସାବେଶ ନାଏକ (୨୩)। ଆଜି ସକାଳ ସମୟରେ ନିଜ ଡ୍ରେସକୁ ଆଇରନ(ଇସ୍ତ୍ରୀ ) କରୁଥିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଅଚେତ ହୋଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପର୍ଲା ଡାକ୍ତରଖାନା କୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ ଥାନା ରେ ଏତଲା ଦେଲା ପରେ ଧର୍ମଗଡ ଥାନା ୟୁଡି କେଶ ନମ୍ବର ୦୭/୨୫ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ଶବ ହସ୍ତାନ୍ତର କରିଥିଲେ। ପରିବାର ବର୍ଗ କୁ ଶାନ୍ତ୍ୱନା ଦେବା ପାଇଁ ପଣ୍ଡରାମାଳି ଯୁବ ବାହିନୀ ପୂର୍ଵତନ ସଭାପତି ଓ ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ ଓ କୁଳପତି ପ୍ରକାଶ ଚନ୍ଦ୍ର ନାଏକ ଙ୍କ ନିର୍ଦେଶରେ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସେତୁରାମ ଭକ୍ତ, କବିରାମ ଲିମଗୋଚିଆ, ଧର୍ମଗଡ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ରତନ ନାଏକ ପହଞ୍ଚି ଶବ ବାହକ ଗାଡି ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଭାକର ବଗର୍ତ୍ତୀ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ