ବିଦ୍ୟୁତ ସଂସ୍ପର୍ଶ ରେ ଆସି ଯୁବତୀ ମୃତ

0

ଧର୍ମଗଡ, ୧୮/o୮ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ଉକ୍ତ ଗାଁ ର କେଶରାମ ନାଏକ ଙ୍କ କନିଷ୍ଠ ଝିଅ ସାବେଶ ନାଏକ (୨୩)। ଆଜି ସକାଳ ସମୟରେ ନିଜ ଡ୍ରେସକୁ ଆଇରନ(ଇସ୍ତ୍ରୀ ) କରୁଥିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଅଚେତ ହୋଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପର୍ଲା ଡାକ୍ତରଖାନା କୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ ଥାନା ରେ ଏତଲା ଦେଲା ପରେ ଧର୍ମଗଡ ଥାନା ୟୁଡି କେଶ ନମ୍ବର ୦୭/୨୫ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ଶବ ହସ୍ତାନ୍ତର କରିଥିଲେ। ପରିବାର ବର୍ଗ କୁ ଶାନ୍ତ୍ୱନା ଦେବା ପାଇଁ ପଣ୍ଡରାମାଳି ଯୁବ ବାହିନୀ ପୂର୍ଵତନ ସଭାପତି ଓ ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ ଓ କୁଳପତି ପ୍ରକାଶ ଚନ୍ଦ୍ର ନାଏକ ଙ୍କ ନିର୍ଦେଶରେ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସେତୁରାମ ଭକ୍ତ, କବିରାମ ଲିମଗୋଚିଆ, ଧର୍ମଗଡ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ରତନ ନାଏକ ପହଞ୍ଚି ଶବ ବାହକ ଗାଡି ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଭାକର ବଗର୍ତ୍ତୀ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ