ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ମହା ଅବମାନନା। ଭକ୍ତଙ୍କ ଭାବାବେଗ ସହ ଖେଳ। ଅନଲାଇନରେ ଅବଢ଼ା ବେପାର। ମାତିଛନ୍ତି କିଛି ଅସାଧୁ ବ୍ୟବସାୟୀ ଓ ଦଲାଲ।

0

ଆନନ୍ଦବଜାରରେ ମିଳୁଥିବା ମହାପ୍ରସାଦକୁ ୱେବସାଇଟ ଓ ଆପ୍ ଜରିଆରେ ବିକ୍ରି କରୁଛନ୍ତି। ଦେଖନ୍ତୁ ଏ ଫଟୋ। ଯେଉଁଥିରେ ଶ୍ରୀମନ୍ଦିର ନାଁରେ ଅନଲାଇନରେ ବିକ୍ରି ହେଉଛି ଅବଢ଼ା। ଅନ୍ନ, ଡାଲି, ବେସର, ମହୁର ଅର୍ଡର ନିଆଯାଉଛି। ୨ ଜଣଙ୍କ ଖାଇବା ପାଇଁ ଦର ରଖିଛନ୍ତି ୭୦୦ ଟଙ୍କା। ଶ୍ରୀମନ୍ଦିର ସହ କୁଡୁଆ ଭର୍ତ୍ତି ମହାପ୍ରସାଦ ଫଟୋ ବି ରହିଛି। ରାତି ସାଢେ ୧୦ଟା ସୁଦ୍ଧା ଦିଆଯିବ ଡେଲିଭରି। ଅନଲାଇନ୍ ଅର୍ଡର କଲେ ପ୍ରତି ସୋମବାର, ଗୁରୁବର ଓ ଶନିବାର ଅବଢ଼ା ଦିଆଯିବ ବୋଲି ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନରେ ମହାପ୍ରସାଦ ବିକ୍ରିର କୌଣସି ବ୍ୟବସ୍ଥା ନାହିଁ। ତଥାପି ବିକ୍ରି ହେଉଛି କେମିତି ? କିଏ ବିକୁଛି, କିଏ ଦେଲା ଅନୁମତି ? କେଉଁଠୁ ଆଣୁଛନ୍ତି ଅବଢ଼ା ? ଏମିତି ଦୁଃସାହସ କଲେ କେମିତି ? ଅନଲାଇନରେ ଅର୍ଡର କରିଥିବା ଭକ୍ତ ମହାପ୍ରସାଦ ପାଉଛନ୍ତି ନା ଠକେଇର ଶିକାର ହେଉଛନ୍ତି ? ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ବେପାର ଦ୍ବାରା ଧର୍ମୀୟ ଭାବନାକୁ ଆଘାତ ଦେଇଛି। କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ। …

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ