ବିଜୁସେତୁ ନିର୍ମାଣ କାର୍ଯ୍ୟରେ RD JE ଅନୁପସ୍ଥିତକୁ ନେଇ ଗ୍ରାମବାସଙ୍କ ଅଭିଯୋଗ ପରେ ଠିକାଦାରଙ୍କ ଦବଙ୍ଗଗିରି ।

0

ଦୁର୍ନୀତିକୁ ଘଣ୍ଟ ଘୋଡାଉ ଥିବା RD JE ତରୁଣ କୁମାର ନାଏକ ବର୍ତ୍ତମାନ ସାନ କରଲା କୋଟ ଓ ହିରାପୁର ମଧ୍ୟରେ ହେଉଥିବା ଭାଲୁଜୋର ବିଜୁସେତୁ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମଧୁଚନ୍ଦ୍ରିକା କରି ନିମ୍ନମାନକୁ ପ୍ରସୟ ।ଘଟଣାଟି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନସ୍ତ ସାନ କରଲା କୋଟ ଗ୍ରାମର ବିଜୁସେତୁର ଅଟେ ।ପ୍ରକାଶ ଥାଉକି ପୂର୍ବ ବିଜେଡି ସରକାର ଦ୍ୱାରା ସାନ କରଲା କୋଟ ଓ ହିରାପୁର ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ଭାଲୁଜୋରକୁ ଏକ ବିଜୁସେତୁ ମଞ୍ଜୁର କରାଯାଇଥିଲା ।ଯାହା ଉଭୟ ଗ୍ରାମ ଲୋକେ ଉପକୃତ ହେବାସଙ୍ଗେ ଅଞ୍ଚଳର ଯାତାୟାତ ପାଇଁ ଫଳପ୍ରଦ ହବ କିନ୍ତୁ ଉପାନ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି RDJE କାର୍ଯ୍ୟରେ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି ଯାହାର ସୁଯୋଗ ଉଠାଇ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ସହିତ ଯାତାୟତରେ ବାଧା ସୃଷ୍ଟି ହେଉଛି ।ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅଭିଯୋଗ କଲେ ଠିକାଦାର ବଂଟି ଅଗ୍ରୱାଲ ଅହଂକାରରେ ଆସି ସ୍ଥାନୀୟ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଇଛି ।
ଏପଟେ ବିଜୁସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନଦୀ ଆରପାରିକୁ ସ୍କୁଲପିଲା, ଚାଷିକୁଳ ଗାଈ ବଳଦ ଯିବା ଆସିବା ବ୍ୟାଘାତ ସୃଷ୍ଟି କରୁଥିବା ବେଳେ ସେପଟେ ଆଜି ନିୟୁଜ ସଂଗ୍ରହ ବେଳେ ଅବ୍ୟବସ୍ଥା ରାସ୍ତା ଦେଇ ନଦୀପାର ବେଳେ ଗୋଟିଏ ଗାଈର ଗୋଡ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ।ଯାହାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ ।ଏପରି ଧନ ଜିବନ ନଷ୍ଟ ସତ୍ତ୍ୱେ ବ୍ରିଜ ଶେଷ କରିବାର ବିଳମ୍ବ କାହିଁକି ଲୋକେ ପ୍ରଶ୍ନ ଉଠାଉଛନ୍ତି ।
ଲୋକଙ୍କ ଟିକ୍ସରେ ତିଆରି ହେଉଥିବା ବିଜୁସେତୁ, କଣ ? ଏଭଳି ଦୁର୍ନୀତି ଖୋର ଅଫିସର ଓ ଠିକାଦାରଙ୍କ ପାଇଁ କି ?ଦୁର୍ନୀତି ଖୋର ଅଫିସର ମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନବ କି ଆଶ୍ରୟ ଦବ ଡବଲ ଇଞ୍ଜିନ BJP ସରକାର ? ପୁଣି ଫେରିବୁ
କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଦିବ୍ୟନାଗ କଣାର୍କ News24

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ