ବିଜୁସେତୁ ନିର୍ମାଣ କାର୍ଯ୍ୟରେ RD JE ଅନୁପସ୍ଥିତକୁ ନେଇ ଗ୍ରାମବାସଙ୍କ ଅଭିଯୋଗ ପରେ ଠିକାଦାରଙ୍କ ଦବଙ୍ଗଗିରି ।

0

ଦୁର୍ନୀତିକୁ ଘଣ୍ଟ ଘୋଡାଉ ଥିବା RD JE ତରୁଣ କୁମାର ନାଏକ ବର୍ତ୍ତମାନ ସାନ କରଲା କୋଟ ଓ ହିରାପୁର ମଧ୍ୟରେ ହେଉଥିବା ଭାଲୁଜୋର ବିଜୁସେତୁ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମଧୁଚନ୍ଦ୍ରିକା କରି ନିମ୍ନମାନକୁ ପ୍ରସୟ ।ଘଟଣାଟି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନସ୍ତ ସାନ କରଲା କୋଟ ଗ୍ରାମର ବିଜୁସେତୁର ଅଟେ ।ପ୍ରକାଶ ଥାଉକି ପୂର୍ବ ବିଜେଡି ସରକାର ଦ୍ୱାରା ସାନ କରଲା କୋଟ ଓ ହିରାପୁର ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ଭାଲୁଜୋରକୁ ଏକ ବିଜୁସେତୁ ମଞ୍ଜୁର କରାଯାଇଥିଲା ।ଯାହା ଉଭୟ ଗ୍ରାମ ଲୋକେ ଉପକୃତ ହେବାସଙ୍ଗେ ଅଞ୍ଚଳର ଯାତାୟାତ ପାଇଁ ଫଳପ୍ରଦ ହବ କିନ୍ତୁ ଉପାନ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି RDJE କାର୍ଯ୍ୟରେ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି ଯାହାର ସୁଯୋଗ ଉଠାଇ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ସହିତ ଯାତାୟତରେ ବାଧା ସୃଷ୍ଟି ହେଉଛି ।ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅଭିଯୋଗ କଲେ ଠିକାଦାର ବଂଟି ଅଗ୍ରୱାଲ ଅହଂକାରରେ ଆସି ସ୍ଥାନୀୟ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଇଛି ।
ଏପଟେ ବିଜୁସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନଦୀ ଆରପାରିକୁ ସ୍କୁଲପିଲା, ଚାଷିକୁଳ ଗାଈ ବଳଦ ଯିବା ଆସିବା ବ୍ୟାଘାତ ସୃଷ୍ଟି କରୁଥିବା ବେଳେ ସେପଟେ ଆଜି ନିୟୁଜ ସଂଗ୍ରହ ବେଳେ ଅବ୍ୟବସ୍ଥା ରାସ୍ତା ଦେଇ ନଦୀପାର ବେଳେ ଗୋଟିଏ ଗାଈର ଗୋଡ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ।ଯାହାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ ।ଏପରି ଧନ ଜିବନ ନଷ୍ଟ ସତ୍ତ୍ୱେ ବ୍ରିଜ ଶେଷ କରିବାର ବିଳମ୍ବ କାହିଁକି ଲୋକେ ପ୍ରଶ୍ନ ଉଠାଉଛନ୍ତି ।
ଲୋକଙ୍କ ଟିକ୍ସରେ ତିଆରି ହେଉଥିବା ବିଜୁସେତୁ, କଣ ? ଏଭଳି ଦୁର୍ନୀତି ଖୋର ଅଫିସର ଓ ଠିକାଦାରଙ୍କ ପାଇଁ କି ?ଦୁର୍ନୀତି ଖୋର ଅଫିସର ମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନବ କି ଆଶ୍ରୟ ଦବ ଡବଲ ଇଞ୍ଜିନ BJP ସରକାର ? ପୁଣି ଫେରିବୁ
କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଦିବ୍ୟନାଗ କଣାର୍କ News24

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ